ମାଥିଲି ଜଳ ବିଭାଜିକା ପ୍ରକଳ୍ପ ଦ୍ୱାରା ଉପକୃତ ହେଉଛନ୍ତି ଆଦିବାସୀ ଅଧ୍ୟୁଷିତ ଲୋକେ । ମାଛ ଚାଷ ଓ କ୍ଷୁଦ୍ର ବ୍ୟବସାୟ କରି ହେଉଛନ୍ତି ସ୍ୱାବଲମ୍ବୀ

78

କନକ ବ୍ୟୁରୋ : ଗାଁରେ ନାହିଁ ଋଣ ବୋଝ । କ୍ଷୁଦ୍ର ବ୍ୟବସାୟ କରି ପରିଚୟ ସୃଷ୍ଟି କରିଛନ୍ତି ମାଲକାନାଗିରିର ଆଦିବାସୀ ଅଧ୍ୟୁଷିତ ଲୋକେ । ଏମାନେ ଋଣ ଟଙ୍କାକୁ କ୍ଷୁଦ୍ର ବ୍ୟବସାୟ ଓ ଚାଷ କ୍ଷେତ୍ରରେ ବିନିଯୋଗ କରି ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଆଉ ସହଯୋଗର ହାତ ବଢ଼ାଇଛିି ମାଥିଲି ଜଳ ବିଭାଜିକା ଉନ୍ନୟନ ବିଭାଗ । କିଏ ମାଛଚାଷ କରୁଛନ୍ତି ତ ଆଉ କିଏ ଛୋଟ ଦୋକାନ କରି ଚଳୁଛନ୍ତି । ଏହା ସହିତ ଖରିଫ୍ ଚାଷ ଲାଗି ମଧ୍ୟ ଋଣ ନେଉଛନ୍ତି । ସ୍ୱତନ୍ତ୍ର ଭାବେ ଗାଁରେ କମିଟି କରି ୧୦ରୁ୧୫ହଜାର ଟଙ୍କା ଜଳ ବିଭାଜିକା ପ୍ରକଳ୍ପ ତରଫରୁ ଆବର୍ତନ ପାଣ୍ଠିରେ ସହାୟତା ପାଇଁ ବ୍ୟବସ୍ଥା ହୋଇଛି । ମାଥିଲି ବ୍ଲକର ୧୨ଟି ଗାଁର ୩ ହଜାରରୁ ଅଧିକ ଲୋକଙ୍କୁ କୋଟିଏ କୋଡିଏ ଲକ୍ଷ ଟଙ୍କାର ଋଣ ଦିଆଯାଇଛି । ଏହି ଯୋଜନା ଯୋଗୁଁ ମାଥିଲି ଦଳପତିପୁଟ ଗାଁର ରାଜେଶ ପ୍ରଧାନୀ ଉପକୃତ ହୋଇଛନ୍ତି । ୩ ବର୍ଷତଳେ ଆବର୍ତନ ପାଣ୍ଠିରୁ ଋଣ ନେଇ ଏକ ଛୋଟ ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି ।

ସେହିପରି ଗାଁର ଆଉ ଜଣେ ସଫଳ କ୍ଷୁଦ୍ର ଚାଷୀ ହେଉଛନ୍ତି ନରସିଂହ ଚାଲାଣା । ଧାର କରଜ କରି ବ୍ୟାଙ୍କ କିମ୍ବା ସାହୁକାରଙ୍କ ଠାରୁ ରୁଣ ଆଣି ଚାଷ କରୁଥିଲେ । ଏବେ ଗାଁ ଆବର୍ତନ ପାଣ୍ଠିରୁ ରୁଣ ଆଣି ମାଛ ଓ ବତକ ଚାଷ କରି ପରିବାର ପ୍ରତିପାଷଣ କରୁଛନ୍ତି । ଠିକ୍ ସମୟରେ ଆବର୍ତନ ପାଣ୍ଠି ଦ୍ୱାରା ଉପକୃତ ହେଉଛନ୍ତି ଆଦିବାସୀ ଅଂଚଳର ଗାଁଲୋକେ । ମାଥିଲିର ଦଲପତିପୁଟ ସମେତ କେନ୍ଦୁଗୁଡା, ଟିମସପୁଟ, ଆମ୍ବାପଡା, ଧଉଡାଗୁଡା, କୁଟୁଣିପାଲି, ଚେଡେଙ୍ଗା ଭଳି ୧୨ଟି ଆଦର୍ଶ ଗାଁରେ ଏପରି ସହାୟତା ଯୋଗାଇଛି ଜଳ ବିଭାଜିକା ପ୍ରକଳ୍ପ । ଯାହା ଫଳରେ ଆଦିବାସୀ ଲୋକେ ଆତ୍ମନିର୍ଭର ହୋଇପାରୁଛନ୍ତି । ବର୍ତମାନ ଗାଁଲୋକେ ଆବର୍ତନ ପାଣ୍ଠିକୁ ଗାଁ ବ୍ୟାଙ୍କର ରୂପ ଦେଇଛନ୍ତି ।

୨୦୧୩ – ୧୪ ମସିହାରୁ ମାଥିଲିରେ ପୂର୍ବରୁ ଜଳବିଭାଜିକା ପ୍ରକଳ୍ପ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ପ୍ରମୋଦ କୁମାର ବେହେରା ଏପରି ନିଆରା ପାଣ୍ଠି ପ୍ରକଳ୍ପ ଆରମ୍ଭ କରିଥିଲେ । ଯେଉଁଥିରେ ମାଥିଲି ଅଂଚଳର ଚାଷୀ ଓ ସାଧାରଣ ଗରିବ ଶ୍ରେଣୀର ଲୋକେ ଉପକୃତ ହୋଇପାରିଛନ୍ତି ।