କନକ ବ୍ୟୁରୋ: ବିଲୁପ୍ତ ଲୋକକଳା ଓ ଲୋକସଂସ୍କୃତିକୁ ଉଜ୍ଜିବିତ କରି ଲୋକାଲୋଚନକୁ ଆଣିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରି ଜନଜାତି ସାଂସ୍କୃତିକ ମହୋତ୍ସବ ଆୟୋଜନ କରୁଛନ୍ତି । ଏହି ପରିପ୍ରେକ୍ଷିରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା କଲେଜ ପଡିଆରେ ଆୟୋଜିତ ହୋଇଯାଇଛି ଜିଲ୍ଲାସ୍ଥରୀୟ ଜନଜାତି ସାସ୍କୃତିକ ମହୋତ୍ସବ ୨୦୨୪ । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସମ୍ବଲପୁର ଆନୁକୁଲ୍ୟରେ ଏହି ସାସ୍କୃତିକ ମହୋତ୍ସବ ଆୟୋଜିତ ହୋଇଛି । ପ୍ରତି ବ୍ଲକରୁ ୨ଟି ସାଂସ୍କୃତିକ ଦଳ, ଏହିପରି ଜିଲ୍ଲାର ୯ଟି ବ୍ଲକରୁ ୧୮ଟି ଦଳ ଭାଗ ନେଇଛନ୍ତି ।
ଏହାସହ ପାରମ୍ପାରିକ ବେଶପୋଷାକରେ ନୃତ୍ୟଗୀତ ପରିବେଷଣ କରାଯାଇଛି । ଏଭଳି କାର୍ଯ୍ୟକ୍ରମକୁ ଉଭୟ ସ୍ଥାନୀୟ ଲୋକ ଓ କଳାକାର ପ୍ରଶଂସା କରୁଛନ୍ତି । ଜନଜାତି କଳାକାରମାନେ ନିଜ ସଂପ୍ରଦାୟରେ ରହିଥିବା ଲୁକ୍କାୟିତ ପ୍ରତିଭାକୁ ଲୋକାଲୋଚନକୁ ଆଣିପାରୁଛନ୍ତି । ମହୋତ୍ସବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶୋଭାରାମ ପ୍ରଧାନ , ଉପାଧକ୍ଷା ରାକ୍ଷୀ ମୁଣ୍ଡା , ପଦ୍ମଶ୍ରୀ ମିତ୍ରଭାନୁ ଗୈାନ୍ତିଆ ପ୍ରମୁଖ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/6-36.jpg)