କନକ ବ୍ୟୁରୋ: ଅପେକ୍ଷାର ଅନ୍ତ ଘଟିଛି, ଆରମ୍ଭ ହୋଇଛି ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଯାତ୍ରା । ହାୱଡ଼ା ଷ୍ଟେସନରୁ ସକାଳ ୬ଟା ୧୦ରେ ଯାତ୍ରା ଆରମ୍ଭ କରିଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ଦିନ ୧୧ଟା ୨୨ରେ ଭୁବନେଶ୍ୱର ରେଳ ଷ୍ଟେସନ ଓ ୧୨ଟା ୩୫ରେ ପୁରୀ ପହଞ୍ଚିିଥିଲା ଟ୍ରେନ । ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀରେ କିଛି ସମୟ ରହିବା ପରେ ଅପରାହ୍ନ ୧ଟା ୫୦ରେ ହାୱଡା ଅଭିମୁଖେ ବାହାରିଥିଲା । ପୁରୀରୁ ହାୱଡ଼ା ଯାତ୍ରା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସକୁ ଲାଗିଛି ମାତ୍ର ୬ ଘଣ୍ଟା ୨୫ ମିନିଟ । ଏହି ପରୀକ୍ଷାମୂଳକ ଯାତ୍ରା ସଫଳ ହେବାପରେ ଆସନ୍ତା ମେ’ ମାସ ଦ୍ୱିତୀୟ ସପ୍ତାହରୁ ସେବା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

Advertisment

ନଜର ପକାନ୍ତୁ କଣ ରହିଛି ବନ୍ଦେ ଭାରତ ଏକ୍ସପ୍ରେସର ବିଶେଷତ୍ୱ-
ଘଣ୍ଟାପ୍ରତି ସର୍ବାଧିକ ବେଗ ୧୮୦ କିଲୋମିଟର
ତେବେ ରୁଟ୍ ଅନୁଯାୟୀ ଟ୍ରେନର ଗତି ନିର୍ଦ୍ଧାରଣ ହୋଇଥାଏ
ସାଧାରଣ ଟ୍ରେନ୍ ତୁଳନାରେ ଏହା ବେଶ୍ ଆରାମଦାୟକ
ଟ୍ରେନର ସବୁ କୋଚ୍ ଏସି
ଜିପିଏସ୍ ଓ ଫାୟାର୍ ସେନ୍ସର ଲାଗିଛି
ୱାଇଫାଇ ସୁବିଧା ମଧ୍ୟ ଉପଲବ୍ଧ
ଖାଦ୍ୟପାନୀୟ ପାଇଁ ଡିପ୍ ଫ୍ରିଜର ରହିଛି
ଯାତ୍ରୀଙ୍କ ପାଖରେ ରହିଛି ମୋବାଇଲ୍ ଚାର୍ଜିଂ ପଏଂଟ
ଲଗେଜ୍ ରଖିବା ପାଇଁ ମଡ୍ୟୁଲାର ର୍ୟାକ୍ ଦିଆଯାଇଛି

ପରୀକ୍ଷାମୂଳକ ଭାବେ ଏହି ଟ୍ରେନ ଗଡିବାର ଉଦ୍ଦେଶ୍ୟ ହେଉଛି ଟ୍ରେନକୁ ସୁରୁଖୁରୁରେ ପରିଚାଳନାକୁ ସୁନିଶ୍ଚିତ କରିବା ଏବଂ ଟ୍ରେନ ଦ୍ୱାରା ଦିଆଯାଉଥିବା ସମସ୍ତ ସୁବିଧା ଏବଂ ଅସୁବିଧା ବାବଦରେ ଅବଗତ ହେବା । ଏ ହେଉଛି ପୁରୀରୁ ହାୱଡ଼ା ଯାଉଥିବା ଟ୍ରେନର ତୁଳନାତ୍ମକ ଚିତ୍ର ।

ଟ୍ରେନ୍                         ଷ୍ଟପେଜ୍                    ସମୟ
ଶତାବ୍ଦୀ ଏକ୍ସପ୍ରେସ୍             ୭                      ୮ ଘଂଟା
ପୁରୀ-ହାୱଡ଼ା ଏକ୍ସପ୍ରେସ୍    ୧୪                     ୮ ଘଂଟା ୫୦ ମିନିଟ୍
ବନ୍ଦେ ଭାରତ ଏକ୍ସପ୍ରେସ                               ୬ ଘଂଟା ୨୫ ମିନିଟ୍

ରାଜ୍ୟରେ ଆଉ ୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ପୁରୀରୁ ହାୱଡା, ପୁରୀରୁ ରାୟପୁର ଓ ଭୁବନେଶ୍ୱରରୁ ହାଇଦ୍ରାବାଦ ବନ୍ଦେ ଭାରତ ଟ୍ରେନ ଚଳାଚଳ ନେଇ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ସମ୍ବଲପୁର ଦେଇ ପୁରୀରୁ ରାଉରକେଲା ଚଳାଇବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କରିଛି ରାଜ୍ୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ଫେବ୍ରୁଆରୀ ୧୫ ତାରିଖରେ ବନ୍ଦେ ଭାରତ ଏକ୍ସପ୍ରେସ୍କୁ ଶୁଭାରମ୍ଭ କରିଥିଲେ । ଦେଶରେ ପ୍ରଥମ ଥର ପାଇଁ ଏହି ଟ୍ରେନ୍ ନୂଆଦିଲ୍ଲୀ ଠାରୁ ବାରଣାସୀକୁ ସେବା ଯୋଗାଇଥିଲା । ଏପର୍ଯନ୍ତ ଦେଶର ୭ଟି ରୁଟ୍ରେ ଏହି ଟ୍ରେନ୍ ଚଳାଚଳ କରୁଛି ।