କନକ ବ୍ୟୁରୋ: କରୋନା ବିରୋଧୀ ଲଢେଇରେ ଆଉ ପାଦେ ଆଗେଇଲା ଭାରତ ବାୟୋଟେକ୍ । ଦେଶରେ ଭାରତ ବାୟୋଟେକର ନାଜାଲ ଭାକସିନ୍ ବା ନାକରେ ଦିଆଯିବାକୁ ଥିବା ଟିକାର ଜରୁରୀକାଳୀନ ବ୍ୟାବହାରିକ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଛି । ହାଇଦ୍ରାବାଦରୁ ଏହି ପରୀକ୍ଷଣ ଆରମ୍ଭ ହୋଇଛି । ଗତ ଶୁକ୍ରବାର ପ୍୍ରଥମେ ଦୁଇ ଜଣ କରୋନା ରୋଗୀଙ୍କ ଠାରେ ଏହି ନାଜାଲ ଭାକସିନକୁ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯାଇଛି । ଭାରତ ବାୟୋଟେକର ଏହି ନାଜାଲ ଭାକସିନକୁ ବିବିଭି ୧୫୪ ବୋଲି ନାମକରଣ କରାଯାଇଛି ।
ପ୍ରଥମ ପର୍ଯ୍ୟାୟ ନାଜାଲ ଭାକସିନେସନ ପାଇଁ ୧୦ ଜଣ ଭଲ୍ୟୁଂଟିୟରଙ୍କ ନାମ ତାଲିକାଭୁକ୍ତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ମାତ୍ର ୨ ଜଣଙ୍କୁ ଏହି ଟିକା ଦିଆଯାଇଛି । ପୁରା ଦେଶରେ ଏହି ନାଜାଲ ଭାକସିନେସନ୍ ପାଇଁ ୪ଟି ଡାକ୍ତରଖାନାକୁ ଚୟନ କରାଯାଇଛି । ପାଟନା, ଚେନ୍ନାଇ, ନାଗପୁର ଓ ହାଇଦ୍ରାବାଦରେ ମୋଟ୍ ୪ଟି ଡାକ୍ତରଖାନାରେ ୧୭୫ ଜଣଙ୍କ ନାମ ତାଲିକାଭୁକ୍ତ କରାଯାଇଛି । ଗତ ଜାନୁଆରୀ ମାସରୁ ଏହାର ଜରୁରୀକାଳିନ ବ୍ୟବହାରିକ ପରୀକ୍ଷଣ ପାଇଁ , ଡିଜିସିଆଇକୁ ଅନୁମତି ମାଗିଥିଲା ଭାରତ ବାୟୋଟେକ୍ । ଗତ ମଙ୍ଗଳବାର ଏହାକୁ ଅନୁମତି ମିଳିଥିଲା । ଭାରତରେ ଏହି ନାଜାଲ ଭାକସିନର ନାମ କଣ ରହିବ ଭାରତ ବାୟୋଟେକ ପକ୍ଷରୁ ଆଧିକାରିକ ଭାବେ କିଛି ସ୍ପଷ୍ଟ କରାଯାଇନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/NAsal_Vaccine_0_1200x768.jpeg)