କନକ ବ୍ୟୁରୋ : ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୩୦୦ । ଗତକାଲି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୦୭ ଚିହ୍ନଟ ହୋଇଛି । ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଶେଷ ଖବର ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରୁ ୧୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରୁ ସର୍ବାଧିକ ଆକ୍ରାନ୍ତ ଭୁବନେଶ୍ୱରରୁ ରହିଛନ୍ତି । ଖୋର୍ଦ୍ଧା ପରେ ବାଲେଶ୍ୱରରୁ ୨୪, ପୁରୀ-କଟକରୁ ୧୭ ଜଣ ଲେଖାଏଁ, ଜଗତସିଂହପୁରରୁ ୧୩, ଯାଜପୁରରୁ ୧୨ ଓ ନୟାଗଡରୁ ୧୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।

Advertisment

ତେବେ ଗତବର୍ଷ ଏହି ସମୟରେ କୋରାପୁଟରେ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଚଳିତଥର କିନ୍ତୁ କୋରାପୁଟରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ରାଜ୍ୟରେ ମୋଟ୍ ୨୦ଟି ଜିଲ୍ଲାକୁ ଡେଙ୍ଗୁ ବ୍ୟାପିଥିବା ଜଣାପଡିଛି । ୪୦ଟି ସ୍ଥାନରେ ନମୁନା ପରୀକ୍ଷା ହେଉଛି । ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ନମୁନା ପରୀକ୍ଷା ହୋଇଛି । ମୋଟ୍ ୧୪ ହଜାର ୩୭୨ ନମୁନା ପରୀକ୍ଷା ହୋଇଥିବା ବେଳେ ଖୋର୍ଦ୍ଧାରୁ ୩ ହଜାରରୁ ଅଧିକ ନମୁନା ପରୀକ୍ଷା ହୋଇଛି । ଆଗକୁ ବର୍ଷାର ପରିମାଣ ବଢିବ । ଏପରି ସ୍ଥିତିରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଆହୁରି ବଢିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି ।