ଦେବଗଡ଼ ଜିଲ୍ଲାରେ ଲାଗିରହିଛି ଝିପିଝିପି ବର୍ଷା : ବାତ୍ୟା ପ୍ରଭାବରେ ଘର ଉପରେ ପଡ଼ିଛି ଗଛ , ଚାଲିଛି ଗଛକଟା କାମ

Advertisment
ଦେବଗଡ଼ ଜିଲ୍ଲାରେ ଲାଗିରହିଛି ଝିପିଝିପି ବର୍ଷା : ବାତ୍ୟା ପ୍ରଭାବରେ ଘର ଉପରେ ପଡ଼ିଛି ଗଛ , ଚାଲିଛି ଗଛକଟା କାମ

କନକ ବ୍ୟୁରୋ : ବାତ୍ୟା ୟାସ୍ର ପ୍ରଭାବରେ ଦେବଗଡ ଜିଲ୍ଲାରେ ଗତକାଲି ପୂର୍ବାହ୍ନରୁ ବର୍ଷା ସହ ପବନ ବୋହୁଥିବା ଦେଖିବାକୁ ମିଳିଛି । ଗତକାଲି ପୂର୍ବହ୍ନରୁ ଜିଲ୍ଲାର ବିଭିନ୍ନ ଅଂଚଳରେ ହାଲିକା ପବନ ବୋହିବା ସହ ଝିପିଝିପ ବର୍ଷା ଲାଗି ରହିଛି । ଲାଗି ରହିଥିବା ବର୍ଷା ପବନ ପୈାରଂଚଳର ୬ନଂ ୱାର୍ଡରେ ବାସମତୀ ମୁଖୀଙ୍କ ଘର ଉପରେ ଗଛ ଭାଙ୍ଗି ପଡ଼ିଯାଇଥିଲା ।

publive-image

ଏହି ଘଟଣାରେ କାହାର କିଛି କ୍ଷତି ହୋଇନାହିଁ । ଆଜି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଚିଂ ଗଛକାଟି ସଫା କରୁଥିବା ଦେଖିବାକୁ ମିଳିଛି । ସେହିପରି ୱାର୍ଡ ନଂ ୮ ଗୋବିନ୍ଦପୁର ବସ୍ତିର ରଜନୀକାନ୍ତ ମୁଣ୍ଡାଙ୍କ ଘର ଛାପର ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ଗତକାଲି ବର୍ଷାଓ ପବନ ର ପ୍ରଭାବରେ ଜିଲ୍ଲାରେ ବିଦ୍ୟୁତ ସରବାରହ ବ୍ୟାହର ହୋଇଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe