ସଂଗୀତ ପ୍ରତିଯୋଗିତାରେ ସବୁ ବର୍ଗର ପ୍ରତିଯୋଗୀଙ୍କୁ ଭାଗ ନେଇ ନିଜ ପ୍ରତିଭା ପ୍ରଦର୍ଶନ କରିଥିବା ଦେଖିଥିବେ କିନ୍ତୁ କେବେ କୌଣସି ପକ୍ଷୀଙ୍କ ଭିିତରେ ପ୍ରତିଯୋଗିତା ହେଲା ଭଳି ଖବର ଶୁଣିଛନ୍ତି କି? ଥାଇଲ୍ୟାଣ୍ଡର ନାରଥିବାଟ୍ ରେ ମଧ୍ୟ ଏଭଳି ଏକ ମ୍ୟୁଜିକ୍ ପ୍ରତିଯୋଗୀତାର ଆୟୋଜନ ହୋଇଛି । କିନ୍ତୁ ଏହି ପ୍ରତିଯୋଗୀତାରେ କୌଣସି ମଣିଷ ନୁହଁ ପକ୍ଷୀମାନେ ଗାଇବେ ଗୀତ । ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । କିନ୍ତୁ କଥାଟି ଏକଦମ୍ ସତ । ଏହି ସଂଗୀତ ପ୍ରତିଯୋଗିତାରେ ଗୀତ ଗାଇବା ପାଇଁ ୩ ଟି ଦେଶରୁ ପକ୍ଷୀ ଆସିବେ । ବୋର୍ଡ ପେନାଲ୍ ପକ୍ଷୀଙ୍କ ସ୍ୱର ଏବଂ ତାଙ୍କ ଗୀତ ଗାଇବା ଧୁନ୍ କୁ ଶୁଣି ବିଚାର କରି ରାଙ୍କିଙ୍ଗ୍ ଦେବେ ।
Voice of birds: Over 1,600 birds from Thailand, Malaysia and Singapore took part in the annual bird-singing competition in Thailand. (Photo: VCG) pic.twitter.com/h1qA6XKwVd
— China Daily (@ChinaDaily) September 25, 2018
ଏହି ପ୍ରତିଯୋଗିତାରେ ଥାଇଲ୍ୟାଣ୍ଡ ସମେତ ସିଙ୍ଗାପୁର ଏବଂ ମାଲେସିୟାରୁ ୧୮୦୦ ରୁ ଅଧିକ ପକ୍ଷୀ ଭାଗ ନେଇଛନ୍ତି । ତେବେ ସବୁଠାରୁ ଖାସ୍ କଥା ହେଉଛି ସଂଗୀତ ପ୍ରତିଯୋଗିତାର ୪ ମାସ ପୂର୍ବରୁ ଏହି ପକ୍ଷୀମାନଙ୍କୁ ଟ୍ରେନିଙ୍ଗ୍ ଦିଆଯାଇଛି । ଗତବର୍ଷ ମଧ୍ୟ ଥାଇଲ୍ୟାଣ୍ଡରେ ଏହି ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା ।
ପ୍ରତିଯୋଗୀତାରେ ୪ ଟି ରାଉଣ୍ଡ ଥାଏ :
ପକ୍ଷୀମାନଙ୍କ ଏହି ସଂଗୀତ ପ୍ରତିଯୋଗିତା ୪ ଟି ରାଉଣ୍ଡରେ ଆୟୋଜନ ହୋଇଥାଏ । ପ୍ରତି ରାଉଣ୍ଡରେ ପକ୍ଷୀମାନଙ୍କୁ ୨୫ ସେକେଣ୍ଡ ପାଇଁ ଗୀତ ଗାଇବାକୁ ପଡିଥାଏ । ପ୍ରତିଯୋଗୀତା ସମୟରେ ପିଞ୍ଜରାରୁ ବାହାର କରି ପକ୍ଷୀମାନଙ୍କୁ ଏକ ଲମ୍ବା ଖମ୍ବରେ ଲଟକାଇ ଦିଆଯାଏ । ଏହାପରେ ପକ୍ଷୀମାନେ ଗୀତ ଗାଇବା ଆରମ୍ଭ କରିଥାନ୍ତି । ଜଜ୍ ସବୁ ପକ୍ଷୀଙ୍କ ଗୀତ ଶୁଣିବା ପରେ ନମ୍ବର ଦେଇଥାନ୍ତି । ଅଧିକ ଅଙ୍କ ମିଳିଥିବା ପକ୍ଷୀକୁ ହୋଇଥାଏ ଶୋ’ର ବିଜେତା । ଚଳିତଥର ପକ୍ଷୀଙ୍କୁ ଦେଢଲକ୍ଷ ଟଙ୍କାର ପୁରସ୍କାର ଦିଆଯାଉଛି ।