କନକ ବ୍ୟୁରୋ: ଚାଲିଛି ଗଣତି, ଆସିବାରେ ଲାଗିଛି ଟ୍ରେଣ୍ଡ୍ । ପଞ୍ଜାବ ରାଜନୀତିରେ ବଦଳିଯିବ କି ସମୀକରଣ? ପଞ୍ଜାବର ମୋଗା ଆସନରେ ପଛରେ ପଡ଼ିଛନ୍ତି ସୋନୁ ସୁଦଙ୍କ ଭଉଣୀ ମାଲବିକା ସୁଦ୍ । ଆପ୍ ପ୍ରାର୍ଥୀ ଅମନଦୀପ କୌର ଅରୋରା ଆଗେଇ ଚାଲିଥିବା ବେଳେ ମାଲବିକା ୪ ନମ୍ବର ସ୍ଥାନରେ ଏବେର ଟ୍ରେଣ୍ଡରେ ଅଛନ୍ତି । ତେବେ ବର୍ତ୍ତମାନ ଇଭିଏମ୍ ଭୋଟ୍ ଗଣତି ଜାରି ରହିଛି ଟ୍ରେଣ୍ଡ ମୁତାବକ ମାଲବିକାଙ୍କୁ ମାତ୍ର ୨ ହଜାର ୪୮ ଖଣ୍ଡ ଭୋଟ୍ ମିଳିଛି । ହେଲେ ଆଗକୁ ପୋଷ୍ଟାଲ ବାଲାଟ ଗଣତି ବାକି ଥିବାବେଳେ ବାଜି ପଲଟି ଯାଇପାରେ ବୋଲି କଂଗ୍ରେସ ଆଶା ରଖିଛି ।

ପଞ୍ଜାବ ପତିଆରା

Advertisment

- ୨୦୧୭ରେ ୭୭ ଆସନ ଜିତି କ୍ଷମତାରେ ବସିଥିଲା କଂଗ୍ରେସ
- ସିରୋମଣି ଅକାଳୀ ଦଳ ଓ ବିଜେପିକୁ ମିଳିଥିଲା ୧୮ ଆସନ
- ୨୦ଟି ଆସନ ଜିତି ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିଲା ଆପ୍
- ଏଥର ବିଜେପି ସହ ହାତ ମିଳାଇଛନ୍ତି ପୂର୍ବତ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ
- ମୁଖ୍ୟମନ୍ତ୍ରୀ ଥାଇ ଅମରନ୍ଦରଙ୍କୁ ଦଳରୁ ବିଦା କରିଥିଲା କଂଗ୍ରେସ
- ପଞ୍ଜାବ ଲୋକ ଦଳ ଗଢି ନିର୍ବାଚନକୁ ଓହାଇଥିଲେ ଅମରିନ୍ଦର
- ସିରୋମଣି ଅକାଳି ଦଳ ସହ ହାତ ମିଳାଇଛି ବିଏସପି
- ପଞ୍ଜାବରେ ଅଛି ମୋଟ୍ ୧୧୭ଟି ବିଧାନସଭା ଆସନ