ମହଙ୍ଗା ପଡିଲା ଚାରା ଦୁର୍ନୀତି । ଗଛ ନଲଗାଇ ଟଙ୍କା ହଡପ କରିଥିଲେ : ଫରେଷ୍ଟର, ଗାର୍ଡ ନିଲମ୍ବିତ ହେଲେ

Advertisment
ମହଙ୍ଗା ପଡିଲା ଚାରା ଦୁର୍ନୀତି । ଗଛ ନଲଗାଇ ଟଙ୍କା ହଡପ କରିଥିଲେ : ଫରେଷ୍ଟର, ଗାର୍ଡ ନିଲମ୍ବିତ ହେଲେ

କନକ ବ୍ୟୁରୋ : ପାଣିକୋଇଲିରୁ ରିମୁଳି ପର୍ଯ୍ୟନ୍ତ ୨୦ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ ସମୟରେ ରାସ୍ତାର ଦୁଇ ପାର୍ଶ୍ବରେ ଥିବା ହଜାର ହଜାର ଗଛ କଟାଯାଇଥିଲା। ତାହାର ଦଶ ଗୁଣ ବୃକ୍ଷରୋପଣ କରିବାକୁ ସରକାରୀ ନିର୍ଦ୍ଦେଶ ଥିଲା। ତାହା କରା ନଯାଇ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ଏହି ଦୁର୍ନୀତି ଘଟଣାରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଗାଁ ରେଞ୍ଜ ଦେଓବନ୍ଧ ଫରେଷ୍ଟର ମୋହିନୀ ମହାନ୍ତ ଓ ଗାର୍ଡ ସାଗରିକା ବେଜଙ୍କୁ କେନ୍ଦୁଝର ଡିଏଫ୍‌ଓ ସନ୍ତୋଷ ଯୋଶୀ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

publive-imageରାସ୍ତା ପାର୍ଶ୍ବରୁ କଟାଯାଇଥିବା ଗଛ ବଦଳରେ କାମ୍ପା ଯୋଜନାରେ ଘଟଗାଁ ରେଞ୍ଜର ଦେଓବନ୍ଧ ସେକ୍ସନରେ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ୫ ବର୍ଷିଆ ଯୋଜନାରେ ୫ଶହ ହେକ୍ଟର ଜମିରେ ବୃକ୍ଷରୋପଣ କରିବାକୁ ସ୍ଥିର ହୋଇଥିଲା। ଗତ ଜୁଲାଇ ମାସରୁ କାମ ଆରମ୍ଭ କରି ୧ ଲକ୍ଷ ୫୦ ହଜାର ବୃକ୍ଷରୋପଣ କରାଯାଇଥିବା ଦର୍ଶାଯାଇଥିଲା। ବାସ୍ତବରେ ତାହା କରାଯାଇ ନଥିବା ଅଭିଯୋଗ ହେବାରୁ ଏସିଏଫ୍‌ ଘନଶ୍ୟାମ ମହାନ୍ତ ଏହାର ତଦନ୍ତ କରିଥିଲେ। ଗଛ ଗଣନା ପରେ ୧ ଲକ୍ଷ ୫୦ ହଜାର ପରିବର୍ତ୍ତେ ମାତ୍ର ୯୩ ହଜାର ଗଛ ଥିବା ଜଣାପଡ଼ିଥିଲା। ଜୁଲାଇରେ ଗଛ ଲାଗିବା ପରେ ଡିସେମ୍ବର ‌ଶେଷ ସୁଦ୍ଧା ଏତେ ଗଛ ନଷ୍ଟ ହେବା ଘଟଣା ତଦନ୍ତକାରୀ ଟିମ୍‌କୁ ଆଶ୍ଚର୍ଯ୍ୟ କରିଥିଲା। ଗଛ ଲଗାଇବା ପରେ ରକ୍ଷଣାବେକ୍ଷଣ କରାଯାଇ ନଥିବା ଖୋଳତାଡ଼ କରିବାରୁ ଜଣାପଡ଼ିଥିଲା। କିଣାଯାଇଥିବା ସାର ବ୍ୟବହାର ନହୋଇ ମସିଣାଯୋଡ଼ିଠାରେ ପଡ଼ିରହିଥିବା ମଧ୍ୟ ତଦନ୍ତକାରୀ ଅଧିକାରୀମାନେ ଦେଖିବାକୁ ପାଇଥିଲେ। ଏହି ତଦନ୍ତ ରିପୋର୍ଟ ଆଧାରରେ ‌ଡିଏଫ୍‌ଓ ସନ୍ତୋଷ ଯୋଶୀ ଦେଓବନ୍ଧର ମହିଳା ଫରେଷ୍ଟର ମୋହିନୀ ମହାନ୍ତ ଓ ଗାର୍ଡ ସାଗରିକାଙ୍କୁ ନିଲମ୍ବିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe