କନକ ବ୍ୟୁରୋ : ଚେନ୍ନାଇରେ ରହୁଥିବା ମାରିମୁଥ୍ୟୁ ଯୋଗନାଥନ୍ କିଛିଦିନ ହେବ ବେସ୍ ଚର୍ଚ୍ଚାରେ ରହିଛନ୍ତି । ପେଶାରେ ଜଣେ ବସ୍ କଣ୍ଟକ୍ଟର ଭାବେ କାମ କରୁଥିବା ଯୋଗାଥନ୍ ଏକ ଖାସ୍ କାରଣ ପାଇଁ ଚର୍ଚ୍ଚିତ ହେବାରେ ଲାଗିଛନ୍ତି । ଯୋଗନାଥନ୍ କହିଛନ୍ତି କି ସେ ପେଶାରେ ବସ୍ କଣ୍ଡକ୍ଟର ହେଲେ ବି ୨୮ ବର୍ଷ ହେବ ଚାରା ରୋପଣ କରୁଛନ୍ତି । ଏହି ୨୮ ବର୍ଷ ମଧ୍ୟରେ ସେ ୩୮ ହଜାର ଚାରା ଲଗାଇଥିବା କଥା କହିଛନ୍ତି । ଏହି କାମପାଇଁ ସେ ତାଙ୍କ ରୋଜଗାର ଅର୍ଥ ଖର୍ଚ୍ଚ କରୁଥିବା କଥା କହିଛନ୍ତି ।
ତାଙ୍କର ଏଭଳି ଉଦ୍ୟମ ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ରେ ଯୋଗନାଥନ୍ କୁ ଖୁବ୍ ପ୍ରଶଂସା କରିବା ସହ ତାଙ୍କର ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Marimuthu Yoganathan, a bus conductor in Coimbatore, gives free saplings to the bus travellers along with the ticket. He spends a large portion of his income on this. I congratulate him for his efforts: PM Modi during Mann ki Baat pic.twitter.com/5uJVwOcsnz
— ANI (@ANI) March 28, 2021
ଯୋଗନାଥନ୍ ତାଙ୍କ ପୁରା ଜୀବନ କାଳରେ ପାଖା ପାଖି ୩ ଲକ୍ଷ ଚାରା ରୋପଣ କରି ପ୍ରମାଣ କରିଛନ୍ତି କି ସାମଜରେ ସୁଧାର ଆଣିବା, ପରିବେଶକୁ ସଫା ସୁତୁରା ରଖିବା ପାଇଁ କେହି ଜଣେ ସମାଜସେବୀ ହେବା ନିହାତି ଜରୁରୀ ନୁହେଁ । ନିଜ ପେଶାରେ ରହିବି ସମାଜ ପାଇଁ ଅନେକ କିଛି କରିହେବ । ଯାହା ପ୍ରମାଣ କରିଛନ୍ତି ଯୋଗନାଥନ୍ ।
ଯୋଗନାଥନଙ୍କ ଏଭଳି ପ୍ରୟାସକୁ ସମ୍ମାନ ଦେଇ ସିବିଏସଇ ପଞ୍ଚମ ଶ୍ରେଣୀର ପାଠ୍ୟ ପୁସ୍ତକରେ ତାଙ୍କୁ ଜଣେ ସବୁଜ ଯୋଦ୍ଧା ଭାବେ ବର୍ଣ୍ଣନା କରାଯାଇଛି । ଯୋଗନାଥନ ୧୮ ବର୍ଷ ହେବ ତାମିଲନାଡୁ ରାଜ୍ୟ ପରିବହନ ନିଗମର ଜଣେ କର୍ମଚାରୀ । ସେ ମରୁଧାମାଲାଇ ରୁ ଗାନ୍ଧୀ ପୁରମ୍ ଯାଉଥିବା ୭୦ ନମ୍ବର ବସର କଣ୍ଡକ୍ଟର ଭାବେ କାମ କରୁଛନ୍ତି । ସେ ବସ୍ ରେ ଚଢୁଥିବା ଯାତ୍ରୀଙ୍କୁ ଟିକେଟ ଦେବା ବେଳେ ସେମାନଙ୍କୁ ଏକ ଗଛର ଚାରା ପ୍ରଦାନ କରିଥା’ନ୍ତି । ଯାହାକି ଏକ ନିଆରା ପ୍ରୟାସ ।
ଗଛ ଲଗାଇବା ବ୍ୟତୀତ ବନ୍ୟଜନ୍ତୁ ମାନଙ୍କର ସୁରକ୍ଷା ଦିଗରେ ସେ କାମ କରୁଛନ୍ତି । ଏନେଇ ଏକ ସଂଗଠନ ଗଠନ କରି କିଭଳି ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦିଆଯାଇ ପାରିବ ସେ ନେଇ ପ୍ରୟାସ କରୁଛନ୍ତି ।
ଆଜି ‘ମନ୍ କି ବାତ୍’ ରେ ପ୍ରଧାନମନ୍ତ୍ରୀ ଯୋଗନାଥନଙ୍କ କଥା କହିଛନ୍ତି । ସେ କହିଛନ୍ତି କି ଯୋଗନାଥନଙ୍କ ଏଭଳି ପ୍ରୟାସରେ ଦେଶର ଯୁବକମାନେ ପ୍ରଭାବିତ ହେବା ଦରକାର ।