ଚର୍ଚ୍ଚାରେ କେନ୍ଦୁଝରର ଟ୍ରି-ହାଉସ । ସଉକରେ ତିଆରି ଏହି ଗଛ ଘରେ ରହିଛି ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ।

Advertisment
ଚର୍ଚ୍ଚାରେ କେନ୍ଦୁଝରର ଟ୍ରି-ହାଉସ । ସଉକରେ ତିଆରି ଏହି ଗଛ ଘରେ ରହିଛି ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ।

????????????????????????????????????

କନକ ବ୍ୟୁରୋ: ସାଧାରଣତଃ ବିଦେଶରେ ଟ୍ରି ହାଉସ ବା ଗଛ ଘର ଦେଖିବାକୁ ମିଳିଥାଏ । ଆମ ଦେଶ, ରାଜ୍ୟ ବା କେନ୍ଦୁଝର ଭଳି ଜିଲ୍ଲାରେ ଏଭଳି ଟ୍ରି ହାଉସ ବା ଗଛ ଘର କଥା ଶୁଣିଲେ ଯେ କହି ବି ଆଶ୍ଚର‌୍ୟ୍ୟ ହେବ। ଏମିତି ଏକ ଟ୍ରି ହାଉସ୍ ଦେଖିବାକୁ ମିଳିଛି କେନ୍ଦୁଝରରେ।

ସଉକରେ ତିଆରି ହୋଇଥିବା ଏହି ଟ୍ରି-ହାଉସରେ ରହିଛି ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା। କେନ୍ଦୁଝର ସହରର ବ୍ୟବସାୟୀ ଚିନ୍ମୟ ସାମଲଙ୍କର ଛୋଟ ବେଳୁ ଏକ ଟ୍ରି ହାଉସ କରିବାକୁ ଇଚ୍ଛା ଥିଲା। ସମୟକ୍ରମେ ଏହି ଇଚ୍ଛାଟି ମରିବାକୁ ବସିଥିବା ବେଳେ ସହର ଉପକଣ୍ଠ ନରଣପୁରରେ ଥିବା ତାଙ୍କ ଜମିରେ ଏକ ବିଶାଳକାୟ ଶାଳ ଗଛ ହିଁ ତାଙ୍କ ଇଚ୍ଛାକୁ ଉଜ୍ଜୀବିତ କରିଥିଲା। ଏହି ଗଛଟିର ଶାଖା ପ୍ରଶାଖା ଟ୍ରି-ହାଉସ୍ ପାଇଁ ଉପଯୁକ୍ତ ବୋଲି ଜାଣିବା ପରେ ସେ ଗତ କିଛିଦିନ ଧରି ସେ ଏହାର ନିର୍ମାଣ କାମରେ ଲାଗିଥିଲେ। ଏହି ବିଶାଳକାୟ ଶାଳ ଗଛରେ ଥିବା ଛଅଟି ଶାଖାରେ ଲୁହାର ନଟ୍ ବୋଲ୍ଟ ଭିଡ଼ି ତା’ ଉପରେ କାଠ ବିମରେ ଚଟାଣ ତିଆରି କରିଥିଲେ। ଏହା ଉପରେ ଘରଟିଏ ଅତି ସୁନ୍ଦର ଭାବେ ତିଆରି କରିଥିଲେ। ଏହି ଟ୍ରି ହାଉସର ଦୁଇଟି ବେଡ୍ ରହିଥିବା ବେଳେ ତିନୋଟି ବାଲକୋନି ରହିଛି। ସେହିପରି ଏଥିରେ ଏକ କିଚେନ ସହିତ ବାଥ୍ରୁମ୍ ମଧ୍ୟ ରହିଛି। ବାଲକୋନିରେ ଛୋଟ ଛୋଟ ଫୁଲକୁଣ୍ତ ଝୁଲୁଥିବାରୁ ଏହାର ଆକର୍ଷଣ ବେଶ୍ ବୃଦ୍ଧି ପାଇଛି। ଏସି (ବାତାନୁକୂଳ) ବ୍ୟବସ୍ଥାଠୁ ଆରମ୍ଭ କରି ସୋଫାସେଟ୍ ରହିବାର ବ୍ୟବସ୍ଥା ଥିବା ଏହି ଟ୍ର ହାଉସ୍ କେନ୍ଦୁଝରବାସୀଙ୍କ ପାଇଁ ସ˚ପୂର୍ଣ୍ଣ ନୂଆ ହୋଇଥିବାରୁ ଏହି ରାସ୍ତା ଦେଇ ଯିଏ ବି ଯାଉଛି ତାଙ୍କ ଆଖି ଲାଖି ରହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe