କନକ ବ୍ୟୁରୋ : ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ କାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥି ନିମନ୍ତେ ଗତ କିଛି ଦିନ ପୂର୍ବରୁ ରଥଯାତ୍ରା କମିଟିର କିଛି ସେବାୟତ ଉତ୍ତର ଘୁମୁସର ବନଖଣ୍ଡର କର୍ମଚାରୀ ମିଶି ବିଭିନ୍ନ ଜଙ୍ଗଲରେ ରଥ କାଠ ଖୋଜାଖୋଜି କରୁଥିଲେ । ତେବେ ଏହା ଭିତରେ ରଥ କାଠ ଉପଯୋଗୀ ୩ଟି ଗଛକୁ ଉତ୍ତର ଘୁମୁସର ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳର ପୁରୁଣା ପାଣି ଜଙ୍ଗଲରୁ ଚିହ୍ନଟ ହୋଇଛି । ଠିକ୍ ସେହିଭଳି ଆଖପାଖ ରେଞ୍ଜ ତାରସିଂ ଓ ମୂଜଗଡ ବାଇବାଲି ଅଞ୍ଚଳରୁ ୨୬ ଟି ଗଛ ଚିହ୍ନଟ କରାଯାଇଛି ।

Advertisment

ଏହି ଚିହ୍ନଟ ପ୍ରକ୍ରିୟାରେ ପୁରୀ ମନ୍ଦିର ପ୍ରଶାସନ ସେବାୟତ ସୁଦର୍ଶନ ମେକାପଙ୍କ ସହ ୬ଜଣ ସେବାୟତ ଦଳ ଆସିଥିଲେ । ରଥକାଠ ଚିହ୍ନଟ ପ୍ରକ୍ରିୟାରେ ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ରେଞ୍ଜର ବିମ୍ବାଧର ସାହୁ, କୁମର ବେହେରା ଓ ଅଞ୍ଚଳ ବାସୀ ସହଯୋଗ କରିଥିଲେ ।