କନକ ବ୍ୟୁରୋ: ଗଛ ପାଲଟିଛି ସାଲାଇନ୍ ଷ୍ଟାଣ୍ଡ । ଆଉ ଗଛ ତଳେ ବସିଛନ୍ତି ରୋଗୀ । ସ୍ୱାସ୍ଥ୍ୟ ସେବାର ଏଭଳି ବିକଳ ଚିତ୍ର ସାମ୍ନାକୁ ଆସିଛି କଂଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ । ମେଡ଼ିକାଲରେ ରୋଗୀଙ୍କୁ ବେଡ ମିଳୁନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ ।

Advertisment

ପୂର୍ବରୁ ଥିବା ଓପିଡ଼ିକୁ ଭାଙ୍ଗି ସେଠାରେ ନୂତନ କୋଠା ନିର୍ମାଣ କରାଯାଉଛି । ହେଲେ ରୋଗୀଙ୍କ ପାଇଁ ବେଡ଼ ନଥିବାରୁ ସାଧାରଣ କ୍ୟାବିନରେ ରୋଗୀଙ୍କ ଭିଡ଼ ଅଧିକ ରହୁଛି । ଏହି ମେଡିିକାଲକୁ ଦିନକୁ ୨ଶହରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି । ସ୍ତ୍ରୀ ଓ ପ୍ରସୁତି ବିଭାଗକୁ ଛାଡିଦେଲେ ଅନ୍ୟ ରୋଗୀଙ୍କ ପାଇଁ ବେଡ଼ ମିଳିବା ମୁସ୍କିଲ ହୋଇପଡ଼ୁଛି । ଫଳରେ ଚିକିତ୍ସା ପାଇଁ ଆସୁଥିବା ରୋଗୀ ବେଡ଼ ନପାଇ ତଳେ ଚିକିତ୍ସା ହେଉଛନ୍ତି । ଅନେକ ରୋଗୀ ତଳେ ଶୋଇ ସାଲାଇନ୍ ନେଉଥିବାର ଦେଖିବାକୁ ମିଳିଛି ।