ନନ୍ଦନକାନନରେ ଅସୁସ୍ଥ ଥିବା ମହାବଳ ‘ଶୁଭ୍ରାଂଶୁ’କୁ ଦିଆଯିବ ସାଲାଇନ୍ । ରକ୍ତ ନମୂନା ଓ ମଳ ପରୀକ୍ଷା ପାଇଁ ଯିବ ଓୟୁଏଟି ।

227

କନକ ବ୍ୟୁରୋ: ନନ୍ଦନକାନନରେ ହର୍ପିସ ଭୁତାଣୁ ସଂକ୍ରମଣରେ ୪ ହାତୀଙ୍କ ମୃତ୍ୟୁ ପରେ ଏବେ  ଧଳା ବାଘ ଶୁଭ୍ରାଶୁଂ ଅସୁସ୍ଥ ଅଛି ।ତେବେ ଝାଡାରେ ପୀଡିତ ହୋଇ ଦୁର୍ବଳ ହୋଇପଡିଥିବା ମହାବଳ ବାଧ ଶୁଭ୍ରାଂଶୁକୁ ସାଲାଇନ୍ ଦିଆଯିବ । ଏହାସହ ରକ୍ତ ନମୂନା ଓ ମଳ ପରୀକ୍ଷା ପାଇଁ ଭୁବନେଶ୍ୱର ସ୍ଥିତ ଓୟୁଏଟିକୁ ନିଆଯିବ ବୋଲି ଆଜି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଗତ ରବିବାରଠାରୁ ୫ ବର୍ଷର ଧଳା ବାଘ ଶୁଭ୍ରାଂଶୁ ଅସୁସ୍ଥ ଅଛି ।  ସେ ଠିକ ଭାବେ ଖିଆପିଆ କରୁନାହିଁ ।  ଦୁର୍ବଳ ହେବା ସହ ଗୋଟିଏ ସ୍ଥାନରେ ପଡିରହୁଛି ।  ୨୦୧୪ରେ ଜନ୍ମ ହୋଇଥିଲା ବାଘ ଶୁଭ୍ରାଶୁଂ । ନନ୍ଦନକାନନ ଡାକ୍ତରୀ ଦଳଙ୍କ ଦ୍ୱାରା ଚିକିତ୍ସା ଜାରି ରହିଛି । ଏବେ ନନ୍ଦନକାନନରେ ୨୬ଟି ବାଘ ଅଛନ୍ତି ।