କନକ ବ୍ୟୁରୋ : ହାତୀ ଗୋଡରେ ବାଜିଛି ଗୁଳି । ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି ମାଈ ହାତୀ । ପାଟି ଫିଟୁନାହିଁ ସିନା କିନ୍ତୁ ତଳେ ପଡି କହୁଛି ଅନେକ କଥା । କଟକ ବନଖଣ୍ଡ ଡାଳିଜୋଡ ରିଜର୍ଭ ଜଙ୍ଗଲରେ ଏବେ ଏକ ମାଈହାତୀ ମୃତ୍ୟୁସହ ସଂଗ୍ରାମ କରୁଛି । ଏହି ହାତୀ କପିଳାଶ ଜଙ୍ଗଲରୁ ଆସିଛି ଓ ତା ବୟସ ପାଖାପଖି ୧୦ ବର୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଖବର ପାଇଁ ଅନୁଗୁଳର ଏକ ବିଶେଷଜ୍ଞ ଟିମ ଆସି ହାତୀର ଚିକିତ୍ସା କରିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us