କନକ ବ୍ୟୁରୋ : ହାତୀ ଗୋଡରେ ବାଜିଛି ଗୁଳି । ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି ମାଈ ହାତୀ । ପାଟି ଫିଟୁନାହିଁ ସିନା କିନ୍ତୁ ତଳେ ପଡି କହୁଛି ଅନେକ କଥା । କଟକ ବନଖଣ୍ଡ ଡାଳିଜୋଡ ରିଜର୍ଭ ଜଙ୍ଗଲରେ ଏବେ ଏକ ମାଈହାତୀ ମୃତ୍ୟୁସହ ସଂଗ୍ରାମ କରୁଛି । ଏହି ହାତୀ କପିଳାଶ ଜଙ୍ଗଲରୁ ଆସିଛି ଓ ତା ବୟସ ପାଖାପଖି ୧୦ ବର୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଖବର ପାଇଁ ଅନୁଗୁଳର ଏକ ବିଶେଷଜ୍ଞ ଟିମ ଆସି ହାତୀର ଚିକିତ୍ସା କରିଛନ୍ତି ।
କଟକ ଡାଳିଯୋଡା ଫରେଷ୍ଟ ରେଞ୍ଜରେ ଅସୁସ୍ଥ ମାଈ ହାତୀର ଚିକିତ୍ସା : ହାତୀର ଗୋଡରେ ଲାଗିଛି ଆଘାତ ; ଗୁଳି ବାଜିଥିବା ସନ୍ଦେହ
/kanak/media/post_attachments/wp-content/uploads/2020/09/20-29.jpg)