ମହାମାରୀ ସମୟରେ ମହଙ୍ଗା ହେଉଛି ଚିକିତ୍ସା, ମହରଗ ସାଜିଛି ଇକମୋ ମେସିନ୍ । ଜମିବାଡ଼ି ବିକ୍ରି କରି ପୁଅର ଜୀବନ ବଂଚାଇବାକୁ ଲାଗିଛନ୍ତି ଭୁବନେଶ୍ୱରର ସନ୍ତୋଷ ପ୍ରଧାନଙ୍କ ପରିବାର 

349

କନକ ବ୍ୟୁରୋ: ଜୀବନ ଓ ମୃତ୍ୟୁର ଦୋଛକିରେ ଚାଲିଛି ଭୁବନେଶ୍ୱର ପାତ୍ରପଡ଼ା ନିବାସୀ ସନ୍ତୋଷ ପ୍ରଧାନଙ୍କ ସଂଘର୍ଷ । କୋଭିଡ୍ରୁ ସୁସ୍ଥ ହେବା ପରେ ଏବେ ଫୁସଫୁସ ସଂକ୍ରମଣ ଜନୀତ ସମସ୍ୟା । ଏଭଳି ସ୍ଥିତିରେ ଇକମୋ ଚିକିତ୍ସା ହୁଏତ ଏକମାତ୍ର ବିକଳ୍ପ । ପୁଅର ଚିକିତ୍ସା ପାଇଁ ଜମି ବିକ୍ରି କରିସାରିଲେଣି ବାପା । ସବୁ ସଂଚୟ ବି ଶେଷ, ତଥାପି ଟଙ୍କାର ଅଭାବ । ପୁଅର ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇବା ପାଇଁ ନିବେଦନ କରିଛନ୍ତି ପରିବାର ଲୋକ ।

ମୃତ୍ୟୁ ସହ ସଂଗ୍ରାମ କରୁଥିବା ପୁଅକୁ ବଞ୍ଚାଇବାକୁ ପ୍ରୟାସ ଜାରି ରଖିଛନ୍ତି ବାପା । ଏକ ମାସ ହେବ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ସନ୍ତୋଷ ।  ପ୍ରଥମେ କୋଭିଡ ଓ ଏବେ ଫୁସଫୁସ ଜନୀତ ସମସ୍ୟା । ଏବେ ଭେଣ୍ଟିଲେଟରରେ ଅଛନ୍ତି , ଇକ୍ମୋ ଚିକିତ୍ସାର ଆବଶ୍ୟକତା ଥିବା ଡାକ୍ତରୀ ଦଳ କହିଛନ୍ତି ।  ଜୀବନ ତମାମର ସବୁ ପୁଞ୍ଜି ସରିଗଲାଣି । ଗାଁ ଜମି ବି ବିକିଦେଲେ ।  ପୁଅକୁ ବଞ୍ଚାଇବା ପାଇଁ ଲୋକଙ୍କ ସହାୟତା ପାଇଁ ନିବେଦନ କରିଛନ୍ତି ବାପା ରାଜେନ୍ଦ୍ର ।

ଭୁବନେଶ୍ୱର ପାତ୍ରପଡ଼ାରେ ସନ୍ତୋଷଙ୍କ ପରିବାର ରୁହନ୍ତି ।  ମାସକ ପୂର୍ବରୁ ସବୁକିଛି ଠିକଠାକ୍ ଚାଲିଥିଲା ।  ହସ ଖୁସିରେ କଟୁଥିଲା ଦିନ । କିନ୍ତୁ କିଏ ଜାଣିଥିଲା ସନ୍ତୋଷଙ୍କ ସୁଖର ସଂସାରରେ ଏମିତି କାଳ ହୋଇ ଆସିବ କରୋନା ।  ଘରର ଏକମାତ୍ର ରୋଜଗାରିଆ ପୁଅ ସନ୍ତୋଷ ଏବେ ଜୀବନ ଓ ମୃତ୍ୟୁ ଭିତରେ କରୁଛି ଲଢେଇ ।  ସନ୍ତୋଷଙ୍କ ଏହି ଅବସ୍ଥା ଦେଖି ଭାଙ୍ଗି ପଡିଲେଣି ପତ୍ନୀ ମମତା ।  ସ୍ବାମୀଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ମମତା ।

ସାହାଯ୍ୟର ହାତ ବଢିଲେ ପୁଅ ବଞ୍ଚିଯିବ ବୋଲି ଆଶା ରଖିଛନ୍ତି ପରିବାର ଲୋକ । ଆର୍ଥିକ ସାହାଯ୍ୟ କରିବାକୁ ଚାହୁଁଥିଲେ ଏହି ମାଧ୍ୟମରେ କରିପାରିବେ । ଟିଭି ସ୍କ୍ରିନ୍ରେ ଥିବା ଷ୍ଟେଟବ୍ୟାଙ୍କ୍ ଆକାଉଂଟ ନମ୍ବରରେ ଆପଣ ଟଙ୍କା ଦେଇପାରିବେ କିମ୍ବା ଗୁଗୁଲ ପେ’ ମାଧ୍ୟମରେ ମଧ୍ୟ ସହାୟତା ରାଶି ପଠାଇ ପାରିବେ ।

ସନ୍ତୋଷଙ୍କୁ ସହାୟତା

AIGINIA SBI BRANCH

Account number-34492497246

IFSC CODE-SBIN0005077

Google pay 7377014203

ଆପଣଙ୍କର ଛୋଟ  ସାହାଯ୍ୟ ଏହି ପରିବାର ମୁହଁରେ ହସ ଫେରାଇ ପାରିବ ।