ଫିଲ୍ମ ନୁହେଁ ସତ କାହାଣୀ ! ଟଙ୍କା ଲୋଭରେ ୩ ଦିନ ଧରି ମୃତ ବ୍ୟକ୍ତିର ଚିକିତ୍ସା କଲେ ଡାକ୍ତର, ପୁଅକୁ କହିଲେ ବଞ୍ଚିଯିବେ ତୁମ ବାପା ।
ସ୍ୱାସ୍ଥ୍ୟସେବାକୁ ନେଇ ପୁଣି ଉଠିଲା ପ୍ରଶ୍ନବାଚୀ । ଟଙ୍କା ଲୋଭରେ ମୃତ ବ୍ୟକ୍ତିଙ୍କୁ ୩ଦିନ ଧରି ଡାକ୍ତର ଖାନାରେ ଚିକିତ୍ସା କଲେ ଡାକ୍ତର । ସାଧାରଣତଃ ଲୋକମାନେ ଡାକ୍ତରଙ୍କୁ ଭଗବାନ ବୋଲି ମାନିଥାନ୍ତି । ଯଦି କୌଣସି ବ୍ୟକ୍ତି ରୋଗରେ ପଡେ ତେବେ ତିଳେ ମାତ୍ର ଚିନ୍ତା ନକରି ରୋଗୀଙ୍କୁ ନେଇଥାନ୍ତି ଡାକ୍ତରଖାନା । କାରଣ ସମସ୍ତଙ୍କ ବିଶ୍ୱାସ ରୋଗୀଙ୍କୁ ଡାକ୍ତର ଭଲ କରିଦେବେ । କିନ୍ତୁ ଏବେ ଆମେ ଆପଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ସମ୍ପୁର୍ଣ୍ଣ ଅଲାଗା । ଅକ୍ଷୟ କୁମାରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ଗବର ରିଟନ୍ସରେ ମେଡିକାଲରେ ଘଟିଥିବା ଘଟଣା ଭଳି ଏଠାରେ ମଧ୍ୟ ଘଟିଛି ସେହିଭଲି ଏକ ଘଟଣା । ଟଙ୍କା ଲୋଭରେ ତିନି ଦିନ ଡାକ୍ତର ଖାନାରେ ମୃତ ବ୍ୟକ୍ତିଙ୍କୁ ଚିକିତ୍ସା କଲେ ଡାକ୍ତର ।
Kanak News is now on WhatsApp
Join and get latest news updates delivered to you via WhatsApp
ତାମିଲନାଡୁର ନାଗପଟିନମ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଶନିବାର ଅଭିଯୋଗ ହୋଇଛି ଯେ ଜିଲ୍ଲାର ଏକ ବେସରକାରୀ ହସ୍ପିଟାଲରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ପରେ ବି ତାଙ୍କୁ ହସ୍ପିଟାଲ୍ ମଧ୍ୟରେ ରଖାଯାଇ ୩ ଦିନ ଧରି ଚିକିତ୍ସା କରାଯାଇଛି।
ଥାନଜଭୁର ସାଉଥ୍ ପୁଲିସ୍ ଷ୍ଟେସନରେ ଏ ନେଇ ଏକ ଅଭିଯୋଗ ଦାୟର ହୋଇଛି। ମୃତକ ଏନ୍ ଶିଖର(୫୫)ଙ୍କ ପୁଅ ଅଭିଯୋଗ ଆଣିଛନ୍ତି ଯେ ବେସରକାରୀ ହସ୍ପିଟାଲ୍ ତାଙ୍କ ବାପାଙ୍କ ମୃତ ଶରୀରକୁ ୩ ଦିନ ଧରି ରଖିଥିଲା। ତାଙ୍କ କହିବା କଥା ହେଲା ପରିବାର ଲୋକଙ୍କଠାରୁ ଟଙ୍କା ଶୋଷିବା ପାଇଁ ହସ୍ପିଟାଲ୍ ପକ୍ଷରୁ ମିଛରେ ତାଙ୍କ ବାପାଙ୍କ ଚିକିତ୍ସା କରାଯାଉଥିବା କୁହାଯାଇଥିଲା।
ପରିବାର ଲୋକଙ୍କ କହିବା ଅନୁସାରେ, ସେପ୍ଟମ୍ବର ୯ ତାରିଖରୁ ତାଙ୍କ ବାପାଙ୍କ ପେଟ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସେହିଦିନଠାରୁ ସେ ତାଙ୍କ ବାପାଙ୍କୁ ସ୍ଥାନୀୟ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ଭାବରେ ଗୁଡ଼ାଏ ଖର୍ଚ୍ଚ ହେଉଥିବାରୁ ସେ ଏକ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବାକୁ ମନସ୍ତ କଲେ। ସରକାରୀ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଜାଣିବାକୁ ମିଳିଲା ଯେ ବ୍ୟକ୍ତି ଜଣକ ଗତ ୩ ଦିନ ହେବ ପ୍ରାଣ ହରାଇଛନ୍ତି।