ଏଣିକି ଇ-ୱାଲେଟ ଜରିଆରେ ହେବ ଟିକେଟ୍ ବୁକିଂ ବ୍ୟବସ୍ଥା ! ଟ୍ରେନ ବାତିଲ ହେଲେ ଯାତ୍ରୀଙ୍କୁ ମିଳିବ ଟଙ୍କା ।

Advertisment
ଏଣିକି ଇ-ୱାଲେଟ ଜରିଆରେ ହେବ ଟିକେଟ୍ ବୁକିଂ ବ୍ୟବସ୍ଥା ! ଟ୍ରେନ ବାତିଲ ହେଲେ ଯାତ୍ରୀଙ୍କୁ ମିଳିବ ଟଙ୍କା ।

Image courtesy - youtube.com

ନୂଆ ନିୟମ ଆଣିଲା ଭାରତୀୟ ରେଳ ବିଭାଗ, ଏଣିକି ଟ୍ରେନ୍ ବାତିଲ ହେଲେ ଯାତ୍ରୀଙ୍କୁ ମିଳିବ ଟଙ୍କା। ଏଭଳି ନୀତି ଘୋଷଣା କରିଛି ଭାରତୀୟ ରେଳ ବିଭାଗ। ଯଦି କୌଣସି ଟ୍ରେନ ବାତିଲ ହୁଏ ତେବେ ଯାତ୍ରୀ ଟିକେଟ୍ ପାଇଁ ଦେଇଥିବା ଟଙ୍କା ଫେରସ୍ତ ପାଇବେ। ଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ଏଭଳି ଘୋଷଣା କରିଛି ଭାରତୀୟ ରେଳବାଇ। ଏଥିସହ ଇ-ୱାଲେଟ ଜରିଆରେ ରେଳ ଟିକେଟ୍ ବୁକିଂର ବ୍ୟବସ୍ଥା ମଧ୍ୟ ଆରମ୍ଭ କରିଛି ଆଇଆରସିଟିସି।

ଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ଭାରତୀୟ ରେଳବାଇ ଆଣିଛି ନୂଆ ନିୟମ। ଏଥରକ ଟ୍ରେନ ବାତିଲ ହେଲେ ଯାତ୍ରୀଙ୍କୁ ଟଙ୍କା ଫେରସ୍ତ ହେବ। ଯଦି କୌଣସି କାରଣରୁ ଟ୍ରେନ୍ ସମ୍ପୂର୍ଣ୍ଣ ବାତିଲ ହୁଏ ତେବେ ଯାତ୍ରୀଙ୍କୁ ସେମାନଙ୍କ ଟଙ୍କା ଫେରାଯିବ। ପିଏନଆର୍ ନମ୍ବର ଅନୁଯାୟୀ ଯେଉଁ ଆକାଉଣ୍ଟରୁ ପେମେଣ୍ଟକରାଯାଇଥିବ ସେହି ଆକାଉଣ୍ଟକୁ ଟିକେଟର ମୂଲ୍ୟ ବାବଦ ଅର୍ଥ ଫେରିଆସିବ। ଅନଲାଇନ ଟିକେଟ୍ ପରିଚାଳନା କରୁଥିବା ରେଳବାଇର ଇ-ଟିକେଟିଂ ସଂସ୍ଥା ଆଇଆରସିଟିସି ଟ୍ଵିଟ୍ କରି ଏହି ସୂଚନା ଦେଇଛି।

ପୂର୍ବରୁ ଟିକେଟ୍ ବୁକିଂକୁ ନେଇ ଅନେକ ସମୟରେ ଯାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏନେଇ ଯାତ୍ରୀ କିଭଳି ଶେଷ ମିନିଟରେ ବି ତତ୍କାଳ ଟିକେଟ୍ କାଟିପାରିବେ ସେ ନେଇ ନିୟମ ଆଣିଥିଲେ ସରକାର। ଏଥିସହ ରେଳବାଇର ଇ-ଟିକେଟିଂ ବ୍ୟବସ୍ଥାରେ ମଧ୍ୟ ପରିବର୍ତନ କରାଯାଇଛି। ଏଣିକି ଆଇଆରସିଟିସିର ଆପ୍ ଜରିଆରେ ଇ-ୱାଲେଟ ଉପଭୋକ୍ତା ରେଳ ଟିକେଟ୍ ବୁକ୍ କରିପାରିବେ। ରେଳ ବିଭାଗ କରୁଥିବା ଏହିସବୁ ପରିବର୍ତନ ଦ୍ୱାରା ଯାତ୍ରୀ ବେଶ୍ ସୁବିଧା ପାଇପାରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe