ଟ୍ରେନ ବାତିଲ ହେଲେ ମିଳିବ ଟଙ୍କା ! ନୂଆ ନୀତି ଆଣିଲା ଭାରତୀୟ ରେଳବାଇ, ଇ-ୱାଲେଟ ଜରିଆରେ ହେବ ଟିକେଟ୍ ବୁକିଂ ବ୍ୟବସ୍ଥା ।

38

କନକ ବ୍ୟୁରୋ : ଟ୍ରେନ୍ ବାତିଲ ହେଲେ ଆପଣଙ୍କୁ ମିଳିବ ଆପଣଙ୍କ ଟଙ୍କା । କିଛି ଏଭଳି ନୀତି ଘୋଷଣା କରିଛି ଭାରତୀୟ ରେଳବିଭାଗ । ଯଦି କୌଣସି ଟ୍ରେନ ବାତିଲ ହୁଏ ତେବେ ଯାତ୍ରୀ ଟିକେଟ୍ ପାଇଁ ଦେଇଥିବା ଟଙ୍କା ଫେରସ୍ତ ପାଇବେ । ଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ଏଭଳି ଘୋଷଣା କରିଛି ଭାରତୀୟ ରେଳବାଇ । ଏଥିସହ ଇ-ୱାଲେଟ ଜରିଆରେ ରେଳ ଟିକେଟ୍ ବୁକିଂର ବ୍ୟବସ୍ଥା ମଧ୍ୟ ଆରମ୍ଭ କରିଛି  ଆଇଆରସିଟିସି ।

ନୂଆ ନିୟମ ଆଣିଲା ଭାରତୀୟ ରେଳବିଭାଗ, ଟ୍ରେନ୍ ବାତିଲ ହେଲେ ଯାତ୍ରୀ ପାଇବେ ଟଙ୍କା । ଅନେକ ସମୟରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ।  ଏନେଇ ଗତ କିଛି ମାସ ହେବ ଭାରତୀୟ ରେଳ ବିଭାଗ ଏକାଧିକ ପରିବର୍ତନ କରିଛି । ଖାସ୍ କରି ଟିକେଟ୍ ଅନୁଭୂତିକୁ ଯଞ୍ଜାଳମୁକ୍ତ କରିବା ପାଇଁ ଏବେ ନୂଆ ପଦକ୍ଷେପ ନେଇଛନ୍ତି ସରକାର ।

ଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ଭାରତୀୟ ରେଳବାଇ ଆଣିଛି ନୂଆ ନିୟମ । ଏଥରକ ଟ୍ରେନ ବାତିଲ ହେଲେ ଯାତ୍ରୀଙ୍କୁ ଟଙ୍କା ଫେରସ୍ତ ହେବ । ଯଦି କୌଣସି କାରଣରୁ ଟ୍ରେନ୍ ସମ୍ପୂର୍ଣ୍ଣ ବାତିଲ ହୁଏ ତେବେ ଯାତ୍ରୀଙ୍କୁ ସେମାନଙ୍କ ଟଙ୍କା ଫେରାଯିବ । ପିଏନଆର୍ ନମ୍ବର ଅନୁଯାୟୀ ଯେଉଁ ଆକାଉଂଟରୁ ପେମେଂଟ କରାଯାଇଥିବ ସେହି ଆକାଉଂଟକୁ ଟିକେଟର ମୂଲ୍ୟ ବାବଦ ଅର୍ଥ ଫେରିଆସିବ । ଅନଲାଇନ ଟିକେଟ୍ ପରିଚାଳନା କରୁଥିବା ରେଳବାଇର ଇ-ଟିକେଟିଂ ସଂସ୍ଥା ଆଇଆରସିଟିସି ଟ୍ୱିଟ୍ କରି ଏହି ସୂଚନା ଦେଇଛି ।

ପୂର୍ବରୁ ଟିକେଟ୍ ବୁକିଂକୁ ନେଇ ଅନେକ ସମୟରେ ଯାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏନେଇ ଯାତ୍ରୀ କିଭଳି ଶେଷ ମିନିଟରେ ବି ତକ୍ରାଳ ଟିକେଟ୍ କାଟିପାରିବେ ସେ ନେଇ ନିୟମ ଆଣିଥିଲେ ସରକାର । ଏଥିସହ ରେଳବାଇର ଇ-ଟିକେଟିଂ ବ୍ୟବସ୍ଥାରେ ମଧ୍ୟ ପରିବର୍ତନ କରାଯାଇଛି । ଏଣିକି ଆଇଆରସିଟିସିର ଆପ୍ ଜରିଆରେ ଇ-ୱାଲେଟ ଉପଭୋକ୍ତା ରେଳ ଟିକେଟ୍ ବୁକ୍ କରିପାରିବେ । ରେଳ ବିଭାଗ କରୁଥିବା ଏହିସବୁ ପରିବର୍ତନ ଦ୍ୱାରା ଯାତ୍ରୀ ବେଶ୍ ସୁବିଧା ପାଇପାରିବେ ବୋଲି ଆଶା କରାଯାଉଛି ।