କେନ୍ଦ୍ର ସରକାରଙ୍କ ନୂଆ ଗାଇଡ ଲାଇନ, ଚୀନ, ଆମେରିକା ସମେତ ୧୦ ଟି ଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟି-ପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତା ମୂଳକ

254

କନକ ବ୍ୟୁରୋ : ଭାରତ ଆସୁଥିବା ୧୦ ଟି ଦେଶର ଯାତ୍ରୀମାନଙ୍କ ପାଇଁ ଆରଟି-ପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର । ଏହି ଦେଶମାନଙ୍କ ତାଲିକାରେ ରହିଛି ଚୀନ, ବ୍ରିଟେନ ଓ ଦକ୍ଷିଣ ଆଫ୍ରିକା । ଦେଶରେ ଜାରି ରହିଥିବା କରୋନା ମହାମାରୀକୁ ନେଇ ଅର୍ନ୍ତରାଷ୍ଟ୍ରୀୟ ଗାଇଡ ଲାଇନର ପରିବର୍ତ୍ତନ କରାଯାଇଛି । ଏହି କ୍ରମରେ ୧୦ ଟି ଦେଶର ନାଗରିକ ଭାରତ ଆସୁଥିଲେ ସେମାନଙ୍କୁ ଆରଟି-ପିସିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ । ଏହି ରିପୋର୍ଟ ୭୨ ଘଂଟା ପୂର୍ବର ହୋଇଥିବା ଆବଶ୍ୟକ । ଆରଟିପିସିଆର ରିପୋର୍ଟ ନେଗେଟିଭ ଥିଲେ ବି ସେମାନେ ଭାରତର କୌଣସି ବିମାନବନ୍ଦରରେ ପହଂଚିବା ପରେ ସେମାନଙ୍କର କୋଭିଡ ଟେଷ୍ଟ କରାଯିବ । ଏହି ନିୟମ ପ୍ରଥମେ ୟୁକେ, ୟୁରୋପ ଓ ମଧ୍ୟପୂର୍ବ ଦେଶମାନଙ୍କ ପାଇଁ ଲାଗୁ ହୋଇଥିବା ବେଳେ ଏବେ ଏହି ତାଲିକାରେ ଆଉ ୭ ଟି ଦେଶକୁ ଯୋଡା ଯାଇଛି । ସେମାନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ବୋସବେନା, ଚୀନ, ମରିଶସ, ନ୍ୟୁଜିଲାଣ୍ଡ, ଓ ଜିମ୍ବାୱେ ରହିଛି । ଏହି ନିୟମ ଲାଗୁ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି ।

କହିରଖୁ କି ଏବେ ଭାରତ ସମେତ ଅନେକ ଦେଶରେ କରୋନା ସଂକ୍ରମଣର ହାର ସମ୍ପୂର୍ଣ୍ଣ କମ୍ ହୋଇ ନାହିଁ । ଦୈନିକ ସଂକ୍ରମଣ କେତେବେଳେ କମୁଛି ତ କେତେବେଳେ ବଢୁଛି । ସବୁଠାରୁ ବଡକଥା କି ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେଉଛନ୍ତି । କିଛି ସପ୍ତାହ ମଧ୍ୟରେ ବ୍ରିଟେନରେ ଶିଶୁମାନଙ୍କୁ କରୋନା ସଂକ୍ରମଣ ଅଧିକ ହେଉଥିବା କୁହାଯାଇଛି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି ।