ଆସିଲା ୮୩ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । କେଉଁଠୁ ଫେରିଥିଲେ କେଉଁ ଆଡ଼େ ଯାଇଥିଲେ ୩୮ ବର୍ଷୀୟ ଯୁବକ, ପଢ଼ନ୍ତୁ ପୂରା ରିପୋର୍ଟ ।

2,445

କନକ ବ୍ୟୁରୋ: ୮୩ ତମ କରୋନା ଆକ୍ରାନ୍ତଙ୍କ ପୂରା ଗସ୍ତ ବିବରଣୀ ଦେଇଛନ୍ତି ସରକାର । ଗତକାଲି ଚିହ୍ନଟ ହୋଇଥିଲେ ଯାଜପୁର ଜିଲ୍ଲା ଦଶରଥପୁରର ଅକରପଡ଼ା ଅଂଚଳର ଏହି କରୋନା ଆକ୍ରାନ୍ତ । ତାଙ୍କ ବୟସ ୩୮ ବର୍ଷ । କୋଲକାତାରୁ ଆସିଥିଲେ ଏହି ଆକ୍ରାନ୍ତ । ହାୱଡ଼ାର ଗଙ୍ଗା ଘାଟରୁ ଯାଜପୁର ଅଭିମୁଖେ ସେ ବାହାରିଥିଲେ । ୧୧ ଜଣ ସହଯାତ୍ରୀଙ୍କ ସହ ଓଡ଼ିଶାକୁ ଫେରିଥିଲେ । ସେମାନଙ୍କ ମଧ୍ୟରୁ ଭଦ୍ରକରେ ତିନି ଜଣ ଓହ୍ଲାଇ ଯାଇଥିଲେ । ମାର୍ଚ୍ଚ ୩୦ ତାରିଖ ସକାଳ ୯ଟା ରେ ଯାଜପୁର କିଆନାଳିକୁଲାରେ ଅନ୍ୟ ୮ ଜଣ ପହଁଚିଥିଲେ । ପୋଲିସ ତାଙ୍କୁ ଅଟାକାଇଥିଲା ।

ଏହାପରେ ଆକ୍ରାନ୍ତ ଜଣଙ୍କ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ସେହି ମାର୍ଚ୍ଚ ୩୦ ତାରିଖରେ ନିଜ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ଚାଲି ଚାଲି ସେ ଘରେ ପହଁଚିଥିଲେ ଏବଂ ମାର୍ଚ୍ଚ ୩୦ରୁ ୧୪ ଏପ୍ରିଲ୍ ପର୍ଯ୍ୟନ୍ତ ଏକ ଅଲଗା ବିଲଡିଂରେ ସଙ୍ଗରୋଧରେ ରହିଥିଲେ । ୧୫ ଏପ୍ରିଲରୁ ୨୧ ଏପ୍ରିଲ ପର୍ଯ୍ୟନ୍ତ ଗାଁ ଭିତରେ ବାଇକରେ ବୁଲିଥିଲେ । ନିଜ ଘର ନିର୍ମାଣ କାମରେ ସେ ସାମିଲ ହୋଇଥିଲେ । ୨୦ ତାରିଖ ଦିନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାକୁ ମଧ୍ୟ ଯାଇଥିଲେ । ତାଙ୍କ ଠାରେ କୌଣସି କରୋନା ଲକ୍ଷଣ ନଥିଲା । ତେବେ ଟ୍ରାଭେଲ୍ ହିଷ୍ଟ୍ରୀ ଥିବାରୁ ତାଙ୍କ ନମୁନା ସଂଗ୍ରହ କରାଯାଇଥିଲା । ନମୁନା ପରୀକ୍ଷା ପରେ କରୋନା ପଜିଟିଭ୍ ଥିବା ଜଣା ପଡିଥିଲା । ଏହା ପରେ ଯାଜପୁର କଳିଙ୍ଗନଗର ସ୍ଥିତ ଟାଟା କୋଭିଡ୍ ହସପିଟାଲ୍ରେ ତାଙ୍କୁ ଭର୍ତି କରାଯାଇଥିଲା ।