ଆସିଲା ୫ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି: ୧୪୭, ୧୪୮, ୧୪୯,୧୫୦ ଓ ୧୫୨ନଂ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର

1,239

କନକ ବ୍ୟୁରୋ: ୫ କରୋନା ଆକ୍ରନ୍ତାଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର । ରାଜ୍ୟରେ ଚିହ୍ନଟ ହୋଇଥିବା ୧୪୭, ୧୪୮, ୧୪୯, ୧୫୦ ଏବଂ ୧୫୨ ନମ୍ବର କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ।

୧୪୭ ନମ୍ବର ଆକ୍ରାନ୍ତ ବଲାଙ୍ଗୀରର ୧୮ ବର୍ଷୀୟ ଯୁବକ । ତାମିଲନାଡୁରୁ ବଲାଙ୍ଗୀର ଲଇକେରା ଫେରିଥିଲେ । ମାର୍ଚ୍ଚ ୧୬ରେ ଧାନବାଦ ଏକ୍ସପ୍ରେସରେ ଆସି ବଲାଙ୍ଗୀରରେ ପହଚିଂଥିଲେ । ୧୭ରେ ଷ୍ଟେସନରୁ ଗାଡି ଭଡା କରି ୪ ଜଣଙ୍କ ସହ ଯାଇଥିଲେ । ମାର୍ଚ୍ଚ ୧୮ରୁ ଏପ୍ରିଲ ୫ ଯାଏ ସଂଗରୋଧରେ ରହିଥିଲେ । ୬ରୁ ଏପ୍ରିଲ ୩୦ ଯାଏ ଗାଁରେ କ୍ରିକେଟ ଖେଳିବା ସହ ସେଲୁନ ଯାଇ ଚୁଟି କାଟିଥିଲେ । ଲକ୍ଷଣ ନଥିଲା କିନ୍ତୁ ପରୀକ୍ଷଣ ପରେ ପଜିଟିଭ ଆସିଥିଲା । ମେ ୧ରେ ବଲାଙ୍ଗୀର କୋଭିଡ ହସ୍ପିଟାଲରେ ଭର୍ତି ।

୧୪୮ ନମ୍ବର ଆକ୍ରାନ୍ତ ମଧ୍ୟ ତାମିଲନାଡୁରୁ ଧନବାଦ ଏକ୍ସପ୍ରେସରେ ବଲାଙ୍ଗୀର ଆସଥିଲେ ମାର୍ଚ୍ଚ ୧୬ରେ ।୧୭ରେ ଷ୍ଟେସନରୁ ଗାଡି ଭଡା କରି ୪ ଜଣଙ୍କ ସହ ଯାଇଥିଲେ ।ଏହା ପରେ କ୍ୱାରେନଟିନରେ ଥିଲେ । ୬ରୁ ଏପ୍ରିଲ ୩୦ ଯାଏଁ ରୁସୁଡାକୁ ଜଣେ ବନ୍ଧୁଙ୍କ ସଂପର୍କୀୟ ଘରକୁ ଯିବା ସହ ରାଇସ ମିଲ୍ ଯାଇଥିଲେ । ଲକ୍ଷଣ ନଥିଲା କିନ୍ତୁ ପରୀକ୍ଷଣ ପରେ ପଜିଟିଭ ଆସିଥିଲା । ମେ ୧ରେ ବଲାଙ୍ଗୀର କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ । ସେହିଭଳି ୧୫୦ ନମ୍ବର ଆକ୍ରାନ୍ତ ମାର୍ଚ୍ଚ ୨୩ରେ ଏକ ବସରେ କୋଲକତାରୁ ଯାଜପୁର ପାଣିକୋଇଲି ଫେରି କ୍ୱାରେନଟିନରେ ଥିଲେ । ମେ ୧ରେ ପଜିଟିଭ ଆସିବା ପରେଯାଜପୁର କଳିଙ୍ଗନଗର କୋଭିଡ ହସ୍ପିଟାଲରେ ଭର୍ତି ହୋଇଛନ୍ତି ।