୪ର୍ଥ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଜାଣନ୍ତୁ ମାର୍ଚ୍ଚ ୧୮ରୁ ୩୧ ଯାଏଁ କେଉଁ କେଉଁ ସ୍ଥାନକୁ ଯାଇଥିଲେ ଯୁବକ

2,263

କନକ ବ୍ୟୁରୋ: ଆସିଲା ୪ର୍ଥ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଓଡ଼ିଶାର ଚତୁର୍ଥ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସମ୍ପର୍କରେ ସୂଚନା ମିଳିଛି । ମିଳିଥିବା ତଥ୍ୟ ଅନୁସାରେ ମାର୍ଚ୍ଚ ୧୮ ତାରିଖରେ ବ୍ୟକ୍ତି ଜଣକ ଇକେ-୫୭୦ ନମ୍ବର ବିମାନରେ ଦୁବାଇରୁ କଲିକତା ଯାତ୍ରା କରିଥିଲେ । ବିମାନ ବନ୍ଦରରେ ପହଂଚିବା ପରେ ସେଠାରୁ ଏକୁଟିଆ ଟ୍ୟାକ୍ସି ଯୋଗେ ହାୱଡା ଷ୍ଟେସନକୁ ଆସିଥିଲେ ।

ସେହି ୧୮ତାରିଖ ଦିନ ହିଁ ଟ୍ରେନରେ ହାୱଡାରୁ ଭଦ୍ରକ ଯାତ୍ରା କରିଥିଲେ । ଏବଂ ଭଦ୍ରକରେ ପହଂଚିବା ପରେ ଅଟୋରେ ଘରକୁ ଯାଇଥିଲେ । କୌଣସି ଲକ୍ଷଣ ଦେଖାଯାଉନଥିଲେ ମଧ୍ୟ ୩୦ ତାରିଖରେ କ୍ୱାରେଂଟିନରେ ରଖାଯିବା ସହ ପରୀକ୍ଷା କରିବା ପାଇଁ ନମୂନା ପଠାଯାଇଥିଲା । ଆଉ ଗତକାଲି ଅର୍ଥାତ ମାର୍ଚ୍ଚ ୩୧ ତାରିଖରେ ରିପୋର୍ଟ ପଜିଟିଭ ଆସିଛି ।

ପଏଣ୍ଟରେ ଦେଖନ୍ତୁ ପୂରା ବିବରଣୀ
୧୮ ମାର୍ଚ୍ଚ: ବିମାନରେ ଦୁବାଇରୁ କୋଲକାତା ଆଗମନ
୧୮ ମାର୍ଚ୍ଚ: କୋଲକାତା ବିମାନ ବନ୍ଦରରୁ ଟାକ୍ସିରେ ହାୱଡା ଷ୍ଟେସନ
୧୮ ମାର୍ଚ୍ଚ: ହାୱଡା ଷ୍ଟେସନରୁ ଭଦ୍ରକ ଷ୍ଟେସନ ଯାଏଁ ଟ୍ରେନ ଯାତ୍ରା
୧୮ ମାର୍ଚ୍ଚ: ଭଦ୍ରକ ଷ୍ଟେସନରୁ ଅଟୋ ଯୋଗେ ଘରକୁ ଗସ୍ତ
୩୦ ମାର୍ଚ୍ଚ: ହୋମ୍ କ୍ୱାରେଣ୍ଟାଇନ, ପରୀକ୍ଷା ପାଇଁ ନମୂନା ସଂଗ୍ରହ
୩୧ ମାର୍ଚ୍ଚ: ପରୀକ୍ଷା ପରେ ନମୂନାରେ ଆସିଲା କରୋନା ପଜିଟିଭ