ଏକାଥରେ ଆସିଲା ୧୫ ଜଣ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି : ୧୨୯ରୁ ୧୪୩ ନମ୍ବର ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର; ସମସ୍ତଙ୍କର ରହିଛି କୋଲକାତା ଲିଙ୍କ୍, ଅଧିକାଂଶ ୯୮ ନଂ ଆକ୍ରାନ୍ତଙ୍କ ସଂପର୍କୀୟ

Advertisment
ଏକାଥରେ ଆସିଲା ୧୫ ଜଣ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି : ୧୨୯ରୁ ୧୪୩ ନମ୍ବର ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର; ସମସ୍ତଙ୍କର ରହିଛି କୋଲକାତା ଲିଙ୍କ୍, ଅଧିକାଂଶ ୯୮ ନଂ ଆକ୍ରାନ୍ତଙ୍କ ସଂପର୍କୀୟ

କନକ ବ୍ୟୁରୋ: ଏକକାଳୀନ ୧୫ ଜଣ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ବା ଗସ୍ତ ବିବରଣୀ ଦେଇଛନ୍ତି ରାଜ୍ୟ ସରକାର । ୧୨୯ ରୁ ୧୪୩ ନମ୍ବର କରୋନା ଆକ୍ରାନ୍ତଙ୍କ ବିବରୀଣୀ ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବଡକଥା ହେଉଛି, ଏମାନେ ସମସ୍ତଙ୍କର ରହିଛି କୋଲକାତା ଲିଙ୍କ । ଅର୍ଥାତ ସମସ୍ତେ କୋଲକାତାରୁ ଫେରିଛନ୍ତି କିମ୍ବା କୋଲକାତା ଫେରନ୍ତାଙ୍କ ସଂସ୍ପର୍ଷରେ ଆସି କରୋନା ସଂକ୍ରମିତ ହୋଇଛନ୍ତି । ଅଧିକାଂଶ ୯୮ ନମ୍ବର ଆକ୍ରାନ୍ତଙ୍କ ନିକଟ ସଂପର୍କୀୟ କିମ୍ବା ୯୬ ଓ ୯୮ ନମ୍ବର ଆକ୍ରାନ୍ତଙ୍କ ପଡୋଶୀ ବୋଲି ଜଣାପଡିଛି । ମୋଟ୍ ୧୫ ଜଣଙ୍କ ମଧ୍ୟରୁ ୧୪ ଜଣ ଯାଜପୁର ଦଶରଥପୁର ବ୍ଲକ କଟିକଟା ଅଂଚଳର । କେବଳ ଜଣେ ବାଲେଶ୍ୱର ସିମୁଳିଆ ଥାନା ରାଧାକୃଷ୍ଣ ଶାସନର ବୋଲି ସୂଚନା ଦିଆଯାଇଛି ।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୨୯ରୁ ୧୪୩ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କରାଯାଇ ସମସ୍ତ କରୋନା ଆକ୍ରାନ୍ତଙ୍କର କୋଲକାତା ଲିଙ୍କ୍ ଥିବା କୁହାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ ୯ ଜଣ ପୁରୁଷ ଓ ୬ ଜଣ ମହିଳା ଅଛନ୍ତି। ଏମାନଙ୍କ ଭିତରୁ, ୧୪ ଜଣ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ଜଣାଯାଇଛି। ଏମାନଙ୍କ ଭିତରୁ ବାଲେଶ୍ବର ଜିଲ୍ଲାର ଯେଉଁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେ ହେଉଛନ୍ତି ୧୪୩ ନଂ କରୋନା ଆକ୍ରାନ୍ତ। ତାଙ୍କର ଘର ସିମୁଳିଆା। ସେ ଜଣେ ୫୮ ବର୍ଷ ବୟସ୍କ ପୁରୁଷ। ସେ ଟ୍ରକ୍ ଯୋଗେ କୋଲକାତାରୁ ଲକ୍ଷ୍ମଣନାଥ ଆସିଥିଲେ। ସେଠାରୁ ଏପ୍ରିଲ୍ ୨୩ ତାରିଖ ଦିନ ଅନ୍ୟ ୧୭ଜଣ ସହଯାତ୍ରୀଙ୍କ ସହ ଚାଲିଚାଲି ଜଳେଶ୍ବରରେ ପହଞ୍ଚିଥିଲେ। ତାଙ୍କୁ ଜଳେଶ୍ବର ଥାନାରେ ଅଟକ ରଖାଯାଇଥିଲା ଏହାପରେ ତାଙ୍କୁ ଭୋଗରାଇର ସରକାରୀ କ୍ବାରେଣ୍ଟାଇନରେ ରଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe