୧୦ ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍ । ଭଦ୍ରକର ୫, ଯାଜପୁରର ୫ ପଜିଟିଭ କୋଲକାତାରୁ ଫେରିଥିବା ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ବିଭାଗ । ଗତ ୨୮ ଦିନ ଭିତରେ ଯିଏ କୋଲକାତାରୁ ଫେରିଛନ୍ତି ସିଏ କ୍ୱାରେଣ୍ଟାଇନରେ ରହିବେ

939

କନକ ବ୍ୟୁରୋ: ୧୦ ଆକ୍ରାନ୍ତଙ୍କ ରହିଛି କୋଲକାତା ଲିଙ୍କ । ଭଦ୍ରକ ଓ ଯାଜପୁରର ୧୦ ଜଣ କରୋନା ଆକ୍ରାନ୍ତ ଗସ୍ତ ବିବରଣୀ ଅନୁସାରେ ସମସ୍ତଙ୍କର କୋଲକାତା ଲିଙ୍କ ରହିଛି । ଆଜି ଭଦ୍ରକରେ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତ ଏବଂ ଯାଜପୁରରେ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି କୋଲକାତା ଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ ।

ତେବେ ଗତ ୨୮ ଦିନରେ କୋଲକାତା ଫେରନ୍ତାଙ୍କୁ ସତର୍କ କଲେ ସରକାର । ୨୮ ଦିନ ଭିତରେ କୋଲକାତାରୁ ଫେରିଥିବା ସମସ୍ତ ବ୍ୟକ୍ତି ସଙ୍ଗରୋଧରେ ରୁହନ୍ତୁ । ନିଜର ସମସ୍ତ ତଥ୍ୟ ସ୍ଥାନୀୟ ସରପଞ୍ଚ, ବିଡିଓ ଏବଂ ତହସିଲଦାରଙ୍କୁ ଦିଅନ୍ତୁ ବୋଲି ସ୍ୱାସ୍ଥ୍ୟ ବିଭାଗ ଟୁଇଟ କରି ସୂଚନା ଦେଇଛନ୍ତି ।

ସେପଟେ ଆଜି ଦିନକରେ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସକାଳେ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଉ ବର୍ତ୍ତମାନ ୬ ଜଣଙ୍କ ଦେହରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଅର୍ଥାତ ପଜିଟିଭ ସଂଖ୍ୟା ୭୪ରେ ପହଞ୍ଚିଲା ।