କନକ ବ୍ୟୁରୋ: ମହରାଷ୍ଟ୍ର ପୁଣେରେ ଗୁରୁବାର ରାତିରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି । ଏକ ନିର୍ମାଣାଧିନ ଘରର ଲୁହା ସ୍ଲାବ ପକାଉଥିବାବେଳେ ଘଟିଛି ଏହି ଦୁର୍ଘଟଣା । ସ୍ଲାବ ଖସିଯିବା ଯୋଗୁଁ ଏହା ତଳେ ଚାପିହୋଇ ଘଟଣାସ୍ଥଳରେ ୬ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି ।
ପୋଲିସର ସୂଚନା ମୁତାବକ, ଏହି ଦୁର୍ଘଟଣା ନିର୍ମାଣାଧିନ ଆପାର୍ଟମେଣ୍ଟର ବେସମେଣ୍ଟରେ ଘଟିଛି । ପୁଣେ ଶାସ୍ତ୍ରୀନଗରରେ ଥିବା ଏକ ବହୁତଳ ଆପାର୍ଟମେଣ୍ଟର କାମ ଚାଲିଥିଲା । କାମ ଚାଲିଥିବା ବେଳେ ହଠାତ୍ ପାର୍କିଂ ସ୍ଥାନରେ ଥିବା ଲୁହାର ଗୋଟିଏ ବଡ଼ ଜାଲି ସ୍ଲାବ୍ ଖସି ପଡ଼ିଥିଲା।ଶ୍ରମିକମାନେ ବେସ୍ମେଣ୍ଟରେ ଲୁହାର ରଡରେ ତିଆରି ହୋଇଥିବା ସ୍ଲାବ ଖଞ୍ଜୁ ଥିବା ବେଳେ ଏପରି ଘଟିଛି। ୧୦ ଏମଏମ ରଡ୍ରେ ତିଆରି ଜାଲି ସ୍ଲାବକୁ ଲଗାଇବା କାମରେ ନିୟୋଜିତ ହୋଇଥିବା ପ୍ରାୟ ୧୦ ଜଣ ଶ୍ରମିକ ଏହା ତଳେ ଫସି ଯାଇଥିଲା। ଅଗ୍ନିଶମ କର୍ମଚାରୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ।
ହେଲେ ସେତେବେଳକୁ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟି ସାରିଥିଲା। ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ ନିଆ ଯାଇଥିଲା। ଏହି ଶ୍ରମିକମାନେ କେଉଁ ସ୍ଥାନରୁ ଏଠାରେ କାମ କରିବାକୁ ଆସିଥିଲେ, ସେକଥା ଜଣାପଡ଼ିନି। ପୁଲିସ୍ ଏବେ ଗୋଟିଏ ମାମଲା ରୁଜୁ କରି ମୃତାହତଙ୍କ ଶ୍ରମିକଙ୍କ ପରିଚୟ ଖୋଜୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/11-4.jpg)