କନକ ବ୍ୟୁରୋ : କରୋନା ମହାମାରୀ ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଟିକା ନଆସିବା ପର୍ଯ୍ୟନ୍ତ ସବୁ କିଛି ସ୍ବାଭାବିକ ହେବାର ବହୁତ କମ୍ ସମ୍ଭାବନା ରହିଛି। ପରିବହନ ବ୍ୟବସ୍ଥା ଏତେ ଦୁର୍ବଳ ହୋଇପଡ଼ିଛି ଯେ ଉଦ୍ୟୋଗ ଜଗତ ପାଇଁ ଖର୍ଚ୍ଚ କାଟ କରିବା କଷ୍ଟକର ହୋଇପଡ଼ିଛି। ଏହି ସମସ୍ୟାକୁ ଦୂର କରିବା ଲାଗି କେନ୍ଦ୍ର ସରକାର ୬୫,୦୦୦ କୋଟି ଟଙ୍କାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ଏକ ଜାତୀୟ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଏହା ମାଧ୍ୟମରେ ଦେଶରେ ଥିବା ୨୦୦ ଅର୍ଥନୈତିକ ଜୋନ୍କୁ ପରସ୍ପର ସହ ଯୋଡ଼ିବାକୁ ଉଦ୍ୟମ କରାଯିବ। ଫଳରେ ପରିବହନ ବହୁତ ସହଜ ହୋଇପାରିବ।/kanak/media/post_attachments/wp-content/uploads/2020/08/shutterstock_1457116475-300x200.jpg)
ଏଥିପାଇଁ ୭୦୦୦ ପ୍ରକଳ୍ପକୁ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଉଛି ୩.୬ଲକ୍ଷ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ୧.୦୮ ଲକ୍ଷ କୋଟି ଟଙ୍କାର ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ୍ ରେଲ୍ କରିଡର୍, ୧୯ ହଜାର କୋଟି ଟଙ୍କାର ପୁନେ ବିମାନ ବନ୍ଦର ବିକାଶ କାର୍ଯ୍ୟକ୍ରମ, ୧.୦୯ କୋଟି ଟଙ୍କାର ଉତ୍ତର ଦକ୍ଷିଣ ଉତ୍ସର୍ଗୀକୃତ ଫ୍ରେଟ୍ କରିଡର, ୧୩୪୨ଟି ଜଳ ଓ ପରିମଳ ପ୍ରକଳ୍ପ ଓ ୭୧୦ ସାମାଜିକ ଭିତ୍ତିଭୂମି ପ୍ରକଳ୍ପ। ଏହି ଯୋଜନାକୁ ନେଇ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ ଓ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଆସନ୍ତା ପାଞ୍ଚ ବର୍ଷରେ ୨୦୦ ଅର୍ଥନୈତିକ ଜୋନ୍କୁ ମଲ୍ଟି ମୋଡାଲ୍ ସଂଯୋଗ ଦ୍ବାରା ଯୋଡ଼ାଯିବ। ଏଥିରେ ୬୫ ହଜାର କୋଟି ଟଙ୍କା ବ୍ୟୟ ହେବ। ଏହି ସଂଯୋଗକୁ ସମ୍ପୂର୍ଣ୍ଣ ଜାଲ ଭଳି ବିଛାଇ ଦିଆଯିବ ଯାହା ମାଧ୍ୟମରେ ଉଦ୍ୟୋଗ ଜଗତ ନିଜର ଖର୍ଚ୍ଚ ଓ ସମୟ ଉଭୟ ସଞ୍ଚୟ କରିପାରିବେ। ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଉପସ୍ଥିତ ଥିଲେ।
ଦେଶରେ କୃଷି, ମତ୍ସ୍ୟଚାଷ, ପ୍ରତିରକ୍ଷା କ୍ଲଷ୍ଟର, ଇଲେକ୍ଟ୍ରୋନିକ୍ସ, ବୟନ ଶିଳ୍ପ ଏବଂ ଔଷଧକୁ ନେଇ ଭିନ୍ନ ଭିନ୍ନ ଅର୍ଥନୈତିକ ଜୋନ୍ ରହିଛି। ଏହି ଜୋନ୍ଗୁଡ଼ିକୁ ପରସ୍ପର ସହ ରେଳ, ସଡ଼କ, ଜାହାଜ ଏବଂ ବିମାନ ସହ ଯୋଡ଼ିବା ଲାଗି ବିଭିନ୍ନ ମନ୍ତ୍ରଣାଳୟ ତରଫରୁ ଏକ ରୋଡ୍ମ୍ୟାପ୍ ତିଆରି କରାଯାଇଛି। ଜୋନ୍ଗୁଡ଼ିକୁ ଏଭଳି ଭାବେ ଯୋଡ଼ାଯିବ ଯଦ୍ବାରା ମନ୍ୟୁଷ ଓ ସାମଗ୍ରୀ ଉଭୟ ସୁବିଧାରେ ଯାତାୟାତ ହୋଇପାରିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/Article-Key-Image-1025490817-800x420-1.jpg)