ଧର୍ମଘଟରୁ ଓହରିଲା ପରିବହନ ଶ୍ରମିକ ସଂଘ । ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକରେ ବାହାରିଲା ସମାଧାନର ରାସ୍ତା ।ସଂଧ୍ୟା ସୁଦ୍ଧା ସୁଧୁରିବ ପେଟ୍ରୋଲ ସମସ୍ୟା ।

163

କନକ ବ୍ୟୁରୋ: ଆନ୍ଦୋଳନରୁ ଓହରିଲେ ପରିବହନ ଶ୍ରମିକ । କେନ୍ଦ୍ର ସରକାରଙ୍କ ହିଟ୍ ଆଣ୍ଡ୍ ରନ୍ ମାମଲାକୁ ବିରୋଧ କରି ଆଜି ଆନ୍ଦୋଳନକୁ ଓହ୍ଲାଇଥିଲା ଅଲ୍ ଓଡିଶା ଟ୍ରାନସପୋର୍ଟ ୱାର୍କର୍ସ ଫେଡେରେସନ । ଏ ନେଇ ଆଜି ଲୋକସଭା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ପରିବହନ ବିଭାଗର ତଥା ପ୍ରମୁଖ ଶାସନ ସଚିବ ଶ୍ରୀମତି ଉଷା ପାଢୀ, ଭୁବନେଶ୍ୱର-କଟକ ପୋଲିସ କମିଶନର ସୌମେନ୍ଦ୍ର ପ୍ରୀୟଦର୍ଶୀ, ଭୁବନେଶ୍ୱର ଡିସିପି ପ୍ରତିକ ସିଂହ ଏବଂ ଅଲ୍ ଓଡିଶା ଟ୍ରାନ୍ସପୋର୍ଟ ୱାର୍କସ ଫେଡେରେସନ ସଭାପତି ଜନାର୍ଦ୍ଦନ ପତି ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ପରେ ଜନାର୍ଦ୍ଦନ ପତି ଶ୍ରମିକ ସଂଘ ଆନ୍ଦୋଳନରୁ ଓହରିବା ନେଇ ନିଷ୍ପତି ନିଆଯାଇଥିବା କହିଛନ୍ତି ।