କନକ ବ୍ୟୁରୋ: ଆଜିଠୁ ପରିବହନ ଶ୍ରମିକଙ୍କ ଧର୍ମଘଟ । ହିଟ୍ ଆଣ୍ଡ ରନ୍ ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । ହିଟ୍ ଆଣ୍ଡ ରନ୍ ମାମଲାରେ କେନ୍ଦ୍ର ସରକାର ଆଣିଥିବା ନୂଆ ଦଣ୍ଡ ବ୍ୟବସ୍ଥାକୁ ବିରୋଧ କରି ଆନ୍ଦୋଳନ ଡାକରା ଦିଆଯାଇଛି । ଆଜି ସକାଳ ୮ଟାରୁ ପ୍ରତିବାଦ କରାଯିବ ।

Advertisment

ଲାଗୁହେବାକୁ ଥିବା ଏହି ନୂଆ ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରିଛି ପରିବହନ ଶ୍ରମିକ ସଂଘ । ପରିବହନ କ୍ଷେତ୍ରରେ ନିୟୋଜିତ ଥିବା ଡ୍ରାଇଭର ଓ ପରିବହନ ଶ୍ରମିକଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି । ଧର୍ମଘଟ ଭିତରେ ପୁଣି ତେଲ ସଙ୍କଟ ଆଶଙ୍କା ଦେଖାଦେଇଛି । ପାରାଦୀପର ୩ ଟମିନାଲରୁ ି ତେଲ ଟ୍ୟାଙ୍କର ନଆସିବା ନେଇ ସୂଚନା ମଳିଛି ।

ଅନ୍ୟପଟେ ଓଡ଼ିଶା ପରିବହନ ଶ୍ରମିକ ସଂଘର ଆନ୍ଦୋଳନରେ ସାମିଲ ହେବନାହିଁ ବୋଲି କହିଛି ରାଜ୍ୟ ଟ୍ରକ ମାଲିକ ମହାସଂଘ । ଆଜି ଟ୍ରକ ଚଳାଚଳ ସ୍ୱାଭାବିକ ହେବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି ।