ଲର୍ଣ୍ଣିଂ ଲାଇସେନ୍ସ ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା: କାଲିଠୁ ଭୁବନେଶ୍ୱରରେ ୨ଟି ସ୍ଥାନରେ ମିଳିବ ଲର୍ଣ୍ଣିଂ ଲାଇସେନ୍ସ

Advertisment
ଲର୍ଣ୍ଣିଂ ଲାଇସେନ୍ସ ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା: କାଲିଠୁ ଭୁବନେଶ୍ୱରରେ ୨ଟି ସ୍ଥାନରେ ମିଳିବ ଲର୍ଣ୍ଣିଂ ଲାଇସେନ୍ସ

କନକ ବ୍ୟୁରୋ: ରାଜ୍ୟ ପରିବହନ ବିଭାଗ ତରଫରୁ ଗ୍ରାହକଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଦେବା ପାଇଁ ରାଜଧାନୀ ଭୁବନେଶ୍ୱରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପରିବହନ ବିଭାଗ ସହିଦନଗରସ୍ଥିତ ବିଏମ୍ସି କାର୍ଯ୍ୟାଳୟ ଓ ଓଏସଆରଟିସି (ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ) ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। ଏହି ୨ଟି କେନ୍ଦ୍ରରୁ ଗ୍ରାହକମାନଙ୍କୁ ସୋମବାର (ସେପ୍ଟେମ୍ବର ୩୦ ଠାରୁ ଅକ୍ଟୋବର ୪ ତାରିଖ ଯାଏଁ ଲର୍ଣ୍ଣିଂ ଲାଇସେନ୍ସ ମିଳିବ।

ସୂଚନାଯୋଗ୍ୟ ଭୁବନେଶ୍ୱରରେ ଏବେ ୨ଟି ଆରଟିଓ କାର୍ଯ୍ୟାଳୟ ଅଛି। ଭୁବନେଶ୍ୱରରେ ମାତ୍ରାଧିକ ଯାନବାହନ ଥିବାରୁ ଏହି ୨ଟି କାର୍ଯ୍ୟାଳୟରୁ ଗ୍ରାହକଙ୍କୁ ଲାଇସେନସ୍ ଦେବାରେ ବିଳମ୍ବ ହେଉଛି। ପ୍ରତିଦିନ ହଜାର ହଜାର ଆବେଦନ ଆସୁଛି। ସେପ୍ଟେମ୍ବର ୧ ତାରିଖରୁ ନୂତନ ସଡ଼କ ପରବହନ ନିୟମ ଲାଗୁ ହେବା ପରେ ଏହି ୨ଟି କାର୍ଯ୍ୟାଳୟରେ ଲାଇସେନସ୍ ପାଇଁ ପ୍ରବଳ ଭିଡ ଲାଗି ରହୁଛି। ତେଣୁ ଭିଡକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ୨ଟି ସ୍ୱତନ୍ତ୍ର କେନ୍ଦ୍ର ଖୋଲାଯାଉଛି। ଏହି ୨ଟି କେନ୍ଦ୍ର ଦ୍ୱାରା ଗ୍ରାହକଙ୍କୁ ସହଜରେ ଲର୍ଣ୍ଣିଂ ଲାଇସେନସ୍ ମିଳିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe