ଦ୍ରୁତ ଗତିରେ ଗଲେ, କି ମୋବାଇଲରେ ଗପିଲେ ମୋଟା ଅଙ୍କର ଗଣିବେ । କେବଳ କାଗଜ ପାଇଁ କୋହଳ, କିନ୍ତୁ କଡ଼ାକଡ଼ି ପାଳନ ହେବ ନିୟମ ।

3,003

କନକ ବ୍ୟୁରୋ: ନିୟମ ଉଲ୍ଲଂଘନକାରୀଙ୍କୁ ମିଳିବନି ନିସ୍ତାର । କେବଳ ଆରଟିଓ କାଗଜପତ୍ର ପାଇଁ ୩ମାସ କୋହଳ ପରେ କଡ଼ାକଡ଼ା ହେଲା ନିୟମ । ଏଣିକି ପୂର୍ବଠାରୁ କଠୋର ଅଭିମୁଖ୍ୟ ଗ୍ରହଣ କଲେ ରାଜ୍ୟ ସରକାର । ଟ୍ରାଫିକ ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ । ଦ୍ରୁତଗତି ଓ ମଦପିଇ ଗାଡ଼ି ଚଳାଇଲେ ଆଉ ମିଳିବନି ତ୍ରାହି ନୂଆ ମୋଟର ଯାନ ଆଇନ୍ ଅନୁସାରେ ମୋଟା ଅଙ୍କର ଜରିମାନା ସହ ଦଣ୍ଡିତ ହେବେ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ପରିବହନ କମିଶନରଙ୍କ ଚିଠି ଲେଖିଛନ୍ତି ।

ଅନ୍ୟପଟେ ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେଲେ ବି ଦଣ୍ଡିତ ହେବେ । ହେଲମେଟ୍ ନପିନ୍ଧି ଗାଡ଼ି ଚଳାଇଲେ କାହାକୁ ଛଡ଼ାଯିବନି ନିୟମ ଅନୁସାରେ ଦଣ୍ଡ ବିଧାନ ହେବ । ଏପରିକି କ୍ଷମତାଠୁ ଅଧିକ ପରିବହନ ଓ ସିଟବେଲ୍ଟ ନବାନ୍ଧିଲେ ମଧ୍ୟ ଦଣ୍ଡିତ ହେବେ । ତେବେ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବାକୁ ପରିବହନ କମିଶନର ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଗତକାଲି କେବଳ ଗାଡ଼ି କାଗଜପତ୍ର ନେଇ ରାଜ୍ୟ ସରକାର ଆଉ ତିନି ମାସ କୋହଳ କରିଛନ୍ତି । ଆରଟିଓ ଅଫିସରେ ପ୍ରବଳ ଭିଡ଼ ଏବଂ ସମସ୍ୟା ଦେଖାଯାଉଥିବାରୁ ଏଭଳି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଆଉ ବିଧାନସଭାରେ ବିରୋଧୀମାନେ ମଧ୍ୟ ଗାଡ଼ିର କାଗଜ ପତ୍ର ସଠିକ୍ କରିବାକୁ ଚାଳକଙ୍କୁ ଅଧିକ ସମସୟ ଦେବାପାଇଁ ସରକାରଙ୍କୁ ଦାବି କରିଥିଲେ । ଏହାକୁ ବିଚାର ବିମର୍ଷ କରି ଆଉ ତିନିମାସ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇଛନ୍ତି ।