ପାରାଦ୍ୱୀପରେ ଜାହାଜରୁ ୨୨୦କୋଟି ଟଙ୍କାର କୋକେନର ଖୋଲିବ ରହସ୍ୟ । ତଦନ୍ତରେ ସହଯୋଗ ପାଇଁ ପହଞ୍ଚିଲେ ଟ୍ରାନ୍ସଲେଟର ।

197

କନକ ବ୍ୟୁରୋ: ଜାହାଜରୁ କୋକେନ୍ ଜବତ ଘଟଣା । ତଦନ୍ତରେ ସହଯୋଗ ପାଇଁ ପାରାଦୀପରେ ପହଂଚିଛନ୍ତି ଅନୁବାଦକ । ଭାଷାଗତ ସମସ୍ୟା ପାଇଁ ତଦନ୍ତ ଆଗେଇ ପାରୁନଥିବା ବେଳେ ଅନୁବାଦକଙ୍କର ସହଯୋଗ ନିଆଯାଇଛି । ନଭେମ୍ବର ୧ ତାରିଖରେ ପାରାଦୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲ ମଧ୍ୟକୁ ଇଣ୍ଡୋନେସିଆରୁ ଆସିଥିବା ଏକ ଭେସେଲରୁ ୨ଶହ ୨୦ କୋଟି ଟଙ୍କାର କୋକେନ୍ ଜବତ କରିଥିଲା କଷ୍ଟମ ବିଭାଗ । ଏହି ଘଟଣାର ତଦନ୍ତ ଏନସିବି କରୁଥିବା ବେଳେ ଭେସେଲର ସମସ୍ତ କ୍ରିୟୁ ସଦସ୍ୟ ଭିଏତନାମର ହୋଇଥିବାରୁ ଭାଷାଗତ ସମସ୍ୟା ତଦନ୍ତରେ ବାଧା ସୃଷ୍ଟି କରିଥିଲା । ତେଣୁ ଅନୁବାଦକଙ୍କର ସହାୟତା ନିଆଯାଇଛି ।

ଅନୁବାଦକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଥିବାବେଳେ ଆଜି ଅଟକ ଥିବା ସମସ୍ତ କ୍ରିୟୁ ମେମ୍ବରଙ୍କୁ ସକ୍ଷାତ କରି ସେମାନଙ୍କ ମାଧ୍ୟମରେ ପ୍ରଶ୍ନ ପଚରାଜାଇ ତଦନ୍ତ ଆରମ୍ଭ ହୋଇଛି । ତେବେ କେଉଁଠୁ ଆସିଥିଲା ଏବେ ଟଙ୍କାର କୋକେନ୍ ଏବଂ କେଉଁଠିକୁ ଯାଉଥିଲା ତଦନ୍ତ ପରେ ଜବତ କୋକେନର ରହସ୍ୟ ଖୋଲିବ ବୋଲି କୁହାଯାଉଛି ।