ରାହୁଲଙ୍କ ଇଂରାଜୀ ବୁଝିପାରିଲେନି ଅନୁବାଦକ । ଟ୍ୱିଟ୍ କରି ଟ୍ରୋଲ କଲେ ବିଜେପି ନେତା । କେମିତି ଥିଲା ଅନୁବାଦକଙ୍କ ପ୍ରତିକ୍ରିୟା, ଦେଖନ୍ତୁ ଭିଡିଓ ।

ରାହୁଲଙ୍କ ଇଂରାଜୀ ବୁଝିପାରିଲେନି ଅନୁବାଦକ । ଟ୍ୱିଟ୍ କରି ଟ୍ରୋଲ କଲେ ବିଜେପି ନେତା । କେମିତି ଥିଲା ଅନୁବାଦକଙ୍କ ପ୍ରତିକ୍ରିୟା, ଦେଖନ୍ତୁ ଭିଡିଓ ।

image courtesy - indianexpress.com

ଦକ୍ଷିଣ ଭାରତରେ ନିର୍ବାଚନୀ ପ୍ରଚାର କରୁଥିବା ନେତାମାନଙ୍କର ଅନୁବାଦକ କିଛି ଏଭଳି କାମ କରି ଯାଇଥାନ୍ତି, ଯାହା ପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଥାଏ । ମଙ୍ଗଳବାର କେରଳରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନୀ ପ୍ରଚାର କରିବା ପାଇଁ ଯାଇଥିବା ବେଳେ ତାଙ୍କ ପାଇଁ ଅନୁବାଦକ ଥିଲେ କଂଗ୍ରେସର ବରିଷ୍ଠ ନେତା ପି.ଜେ.କୁରିୟନ । ରାହୁଲଙ୍କ ଭାଷଣକୁ ଅନୁବାଦ କରି ଲୋକଙ୍କୁ ଜଣାଉଥିବା ପି.ଜେ.କୁରିୟନ ମଝିରେ ରାହୁଲଙ୍କ ଇଂରାଜୀକୁ ଅନୁବାଦ କରି ପାରି ନଥିଲେ । ଯାହା ପରେ କହିଥିବା କଥାକୁ ପୁଣି ଥରେ ରାହୁଲ ତାଙ୍କ କାନରେ କହିବା ପରେ ଯାଇ ସେ ତାକୁ ଅନୁବାଦ କରି ପାରିଥିଲେ । ଯାହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଭିଡିଓରେ ରାହୁଲ ଗାନ୍ଧୀ ଇଂରାଜୀରେ ଭାଷଣ ଦେଉଥିବା ବେଳେ ମୋଦୀଙ୍କୁ ଆକ୍ଷେପ କରି, ମୋଦୀ ଲୋକଙ୍କୁ କହୁଛନ୍ତି ମୋତେ ପ୍ରଧାନମନ୍ତ୍ରୀ ନୁହେଁ ଚୌକିଦାର ବନାଅ । ରାହୁଲଙ୍କ ଏହି କଥାଟି ପି.ଜେ.କୁରିୟନଙ୍କୁ ବୁଝା ପଡ଼ି ନଥିଲା । ସେ ଅନୁବାଦ କରିବା ପୂର୍ବରୁ ଅଟକି ଯାଇଥିଲେ । ଏହା ଦେଖି ରାହୁଲ ପୁଣି ଥରେ କହିଥିବା କଥାକୁ ଯାଇ ତାଙ୍କ କାନରେ ଆଉ ଥରେ କହିଥିଲେ । ଯାହା ପରେ ସେ ଅନୁବାଦ କରି ଲୋକଙ୍କୁ ଶୁଣାଇଥିଲେ ବୋଲି ଦେଖା ଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe