କେରଳ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ କିନ୍ନରଙ୍କ ନିଆରା ପଦକ୍ଷେପ ! ପଥପ୍ରାନ୍ତ ନାଟକ କରି ଜମା କଲେ ସହାୟତା ରାଶି ।

Advertisment
କେରଳ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ କିନ୍ନରଙ୍କ ନିଆରା ପଦକ୍ଷେପ ! ପଥପ୍ରାନ୍ତ ନାଟକ କରି ଜମା କଲେ ସହାୟତା ରାଶି ।

image courtesy - www.latestly.com

ନିକଟରେ କେରଳରେ ହୋଇଥିବା ବନ୍ୟା ହେତୁ କ୍ଷୟକ୍ଷତି ସହିଥିବା ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଏବେ ହାତ ମିଶାଇଛନ୍ତି କିନ୍ନରମାନେ। ସେମାନେ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ରାସ୍ତାରେ ନାଟକ ପ୍ରଦର୍ଶନ କରି ଟଙ୍କା ସଂଗ୍ରହ କରୁଥିବା ଘଟଣା ମାନବିକତାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛି । ଏହି ମହତ ଅଭିଯାନରେ ସମୁଦାୟ ୧୪ ଜଣ କିନ୍ନର ସାମିଲ୍ ଅଛନ୍ତି ।

publive-image

ବିଶେଷ କରି ବେରୋଜଗାର, ପେଟ ପୋଷିବାକୁ ପରିସ୍ଥିତି ସହ ସଂଗ୍ରହ କରୁଥିବା ଏହି କିନ୍ନରମାନେ ଏପରି ମହତ କାର୍ଯ୍ୟ କରିବାକୁ ମନ ବଳାଇଥିବା କଥା ବେଶ୍ ଚର୍ଚ୍ଚା ପାଲଟିଛି। ଧବେହ ଟ୍ରାନ୍ସଜେଣ୍ଡର୍ ଆର୍ଟ ଆଣ୍ଡ୍ ଚାରିଟେବଲ୍ ସୋସାଇଟିର ଏହି କିନ୍ନରମାନେ ସଡ଼କରେ ନାଟକ କରିବା ପାଇଁ ପେଣ୍ଡାଲ୍ ବାନ୍ଧି ସାଥୀ ହୋଇ କେବଳ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିଛନ୍ତି।

ଏହି ନାଟକ ଦେଖିବା ପାଇଁ ଦର୍ଶକମାନେ ଟିକେଟ୍ ପାଇଁ ଯାହା ଟଙ୍କା ଦେବେ ତାହା କେରଳ ପୀଡ଼ିତଙ୍କ ଉଦ୍ଦେଶ୍ୟରେ ଦାନ କରାଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ସେମାନେ ଆହୁରି ବି ଯୋଜନା କରିଛନ୍ତି କି ବନ୍ୟାରେ ତାଙ୍କ ସଂପ୍ରଦାୟରେ କ୍ଷୟକ୍ଷତି ସହିଥିବା ପୀଡ଼ିତଙ୍କୁ ସେମାନେ ସାହାଯ୍ୟ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe