ନିର୍ବାଚନ ତାରିଖ ପାଖଉଛି, ଜମୁଛି ପ୍ରଚାର : ବାଲେଶ୍ୱରରେ ଆଜି ହୋଣ୍ଡା ସିଟି କାରରେ ପ୍ରଚାର କରୁଛନ୍ତି ବେଣୁ ମଉସା; ସମର୍ଥନରେ ବାହାରିଲା ଯାଜପୁର କିନ୍ନର ସଂଘ 

4,875

କନକ ବ୍ୟୁରୋ : ବାଲେଶ୍ୱର ଉପନିର୍ବାଚନ ମୈଦାନରେ ଜମୁଛି ତିନି ଦଳର ପ୍ରଚାର । ଆଜି ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ଓରଫ୍ ବେଣୁ ମଉସା , ଦାମୀ ଗାଡିରେ ବୁଲି ପ୍ରଚାର କରିଛନ୍ତି । ଆଜି ବେଣୁ ମଉସା , ହୋଣ୍ଡା ସିଟି କାରରେ ବୁଲି ବୁଲି ପ୍ରଚାର କରିଥିବା ଦେଖିବାକୁ ମିଳିଛି । ତେବେ ଓଲିଉଡ୍ କଳାକାରଙ୍କ ପରେ ଏବେ ବେଣୁ ମଉସାଙ୍କ ସମର୍ଥନରେ ବାହାରିଛି ଯାଜପୁର କିନ୍ନର ସଂଘ । କିନ୍ନର ସଂଘର ୩ ଜଣ ସଦସ୍ୟ ବେଣୁ ମଉସାଙ୍କ ଲାଗି ପ୍ରଚାର କରି ଭୋଟ୍ ମାଗୁଛନ୍ତି ।

ସେହିପରି ସମତାକ୍ରାନ୍ତୀ ଦଳର ନେତା ମଧ୍ୟ ବାଲେଶ୍ୱର ଉପନିର୍ବାଚନ ମୈଦାନରେ ବେଣୁ ମଉସାଙ୍କ ସମର୍ଥନରେ ଓହ୍ଲାଇ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ପ୍ରଥମେ ବେଣୁ ମଉସା ପାଦରେ ଚାଲି ଚାଲି, ପରେ ସାଇକେଲରେ ଏହା ପରେ ଅଟୋରେ ପ୍ରଚାର କରୁଥିଲେ । ଦିନକୁ ଦିନ ପ୍ରଚାର ବଢିବା ସହିତ ବେଣୁ ମଉସା ଅଧିକ ଦାମୀ ଗାଡିରେ ବୁଲି ପ୍ରଚାର କରି ଭୋଟରଙ୍କ ମନ ଜଣିବାକୁ ଉଦ୍ୟମ କରୁଛନ୍ତି ।