ଡାକ୍ତରଖାନା ଜଗିଛନ୍ତି କିନ୍ନର । କିନ୍ନରଙ୍କୁ ସ୍ୱାବଲମ୍ବି କରିବାକୁ ମାଲକାନଗିରି ଜିଲ୍ଲା ପ୍ରଶାସନର ନିଆରା ଉଦ୍ୟମ

ସିକ୍ୟୁରିଟି ଗାର୍ଡ ଭାବେ ମୁଖ୍ୟ ଡାରକ୍ତରଖାନାରେ ନିଯୁକ୍ତ କଲା ପ୍ରଶାସନ

836

କନକ ବ୍ୟୁରୋ: ଡାକ୍ତରଖାନା ଜଗିଛନ୍ତି କିନ୍ନର । କିନ୍ନର ମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନବ ପ୍ରୟାସ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୫ଜଣ କିନ୍ନରଙ୍କୁ ସିକ୍ୟୁରିଟୀ ଗାର୍ଡ ଭାବେ ମାଲକାନଗିିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ଦେଇଛି ପ୍ରଶାସନ । ୫ଟି ଯୋଜନା କାର୍ଯ୍ୟକାରୀ ହେବା ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱଛତା ଉପରେ ଗୁରୁତ୍ୱ ଦିଆଯାଉଛି । ତେଣୁ ଏମାନଙ୍କୁ ପରିମଳ ଯୋଜନାରେ ନିଯୁକ୍ତି ମଳିଥିବା କୁହାଯାଉଛି । ବିଶେଷ କରି ଏମାନେ ଲେବର ରୁମର ସୁରକ୍ଷା ଓ ସ୍ୱଛତା ଦାୟିତ୍ୱରେ ରହିଥିବା ଜଣାପଡିଛି ।

ଡାକ୍ତରଖାନା ଜଗିବେ କିନ୍ନର । ଆଉ ଶୁଭିବନି କିନ୍ନରଙ୍କ ତାଳିର ଗର୍ଜନ । କାରଣ ହାତ ପତେଇବା ପରିବର୍ତ୍ତେ ଏବେ ନିଜ ଗୋଡରେ ଛିଡା ହୋଇ ସମ୍ମାନର ସହ ଦୁଇ ପଇସା ରୋଜଗାର କରିବାକୁ ଅଂଟା ଭିଡିଛି ତୃତୀୟ ଲିଙ୍ଗି ସଂପ୍ରଦାୟ । ମାଲକାନଗିରି ଜିଲ୍ଲାରେ କିନ୍ନରମାନଙ୍କୁ ଡାକ୍ତରଖାନା ଜଗିବା ଦାୟିତ୍ୱ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ୫ କିନ୍ନରଙ୍କୁ ସୁରକ୍ଷାକର୍ମୀ ଭାବେ ନିଯୁକ୍ତି ଦିଆଯାଇଛି । ଏମାନଙ୍କୁ ଲେବର ରୁମ ଓ ପ୍ରି ଏବଂ ପୋଷ୍ଟ ମେଂଟାଲ କେୟାର ୟୁନିଟରେ ମୁତୟନ କରିଛି ଡାକ୍ତରଖାନା କର୍ତ୍ତୃପକ୍ଷ ।

ପୂର୍ବରୁ କିନ୍ନରମାନଙ୍କ ମାଲକାନଗିରି ପୁଲସ ପକ୍ଷରୁ ଏଥିପାଇଁ ତାଲିମ ଦିଆଯାଇଥିଲା । ତେବେ ୫ଟି ଯୋଜନା କାର୍ଯ୍ୟକାରୀ ହେବା ପରେ ଡାକ୍ତରଖାନାମାନଙ୍କର ସ୍ୱଚ୍ଛତା ଓ ପରିଷ୍କାର ପରିଛନ୍ନତା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ‘ନିର୍ମଳ’ ଯୋଜନାରେ ଏହି କିନ୍ନରମାନଙ୍କୁ ଅନ୍ତର୍ଭକ୍ତ କରାଯାଇ ଏହି ତୃତୀୟ ଲିଙ୍ଗି ସଂପ୍ରଦାୟଙ୍କୁ ଥଇଥାଇ କରିବାକୁ ଉଦ୍ୟମ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ ।