ବହୁଜନ ସମାଜ ପାର୍ଟିର ବିଧାନସଭା ନିର୍ବାଚନରେ ଓଡିଶାର କୋରେଇ ବିଧାନସଭା ସିଟ୍ ରୁ ନିର୍ବାଚନ ଲଢୁଛନ୍ତି ଟ୍ରାନ୍ସଜେଣ୍ଡର । ବିଏସପିର ଟିକେଟରେ କୋରେଇରୁ କାଜଲ ନାୟକ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ଆପଣଙ୍କୁ କହିରଖୁଛୁ ଟ୍ରାନ୍ସଜେଣ୍ଡର କାଜଲ ହେଉଛନ୍ତି ଜଣେ ସମାଜସେବିକା । ସେ ଯାଜପୁର କ୍ଷେତ୍ରରେ ଟ୍ରାନ୍ସଜେଣ୍ଡର ସମୁଦାୟର ଅଧ୍ୟକ୍ଷ ରହିଛନ୍ତି ଏବଂ ସେ ଟ୍ରାନ୍ସଜେଣ୍ଡରଙ୍କ ଅଧିକାର ପାଇଁ ବହୁ ସମୟରୁ ଲଢେଇ କରି ଆସୁଛନ୍ତି । ଏତଦ୍ ବ୍ୟତୀତ ସ୍ଥାନୀୟ ମୁଦ୍ଦାକୁ ନେଇ ମଧ୍ୟ ସେ ଅନେକ ଥର ସଂଘର୍ଷ କରୁଥିବା ନଜର ଆସିଛନ୍ତି ।
ବିଏସପି ପ୍ରାର୍ଥୀ କାଜଲ୍ ନାୟକ ନିଜର ମତଦାନ ସାବ୍ୟସ୍ତ କରିବା ପରେ ନିଜର ଖୁସି ଜାହିର କରିଛନ୍ତି । ସେ କହିଛନ୍ତି ଯେ ସେ ଅନେକ ରାଜନୈତିକ ଦଳ ସହ ସଂପର୍କ କରିଥିଲେ କିନ୍ତୁ କେହି ତାଙ୍କୁ ଟିକଟ୍ ଦେଇନଥିଲେ । ସେ ବିଏସପିକୁ ଧନ୍ୟବାଦ ଅର୍ପଣ କରି କହିଛନ୍ତି ଯେ ତାଙ୍କ ଉପରେ ଏବଂ ତାଙ୍କ ସମୁଦାୟ ଉପରେ ବିଶ୍ୱାସ କରି ବିଏସପି ତାଙ୍କୁ ଟିକଟ୍ ଦେଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/KAJOL-UP.jpg)
/kanak/media/post_attachments/wp-content/uploads/2019/04/ODISA-1-300x200.jpg)