ମାର୍କେଟରେ କିନ୍ନରଙ୍କୁ ନୋ ଏଣ୍ଟ୍ରି ! ଆଉ ଦୋକାନରେ ବୁଲି ବୁଲି ଟଙ୍କା ମାଗିପାରିବେନି କିନ୍ନର…

ପୋଷ୍ଟର ଜାରି କଲା ସୁରଟର ବ୍ୟବସାୟୀ ସଂଘ

508

କନକ ବ୍ୟୁରୋ: ଗୁଜୁରାଟ ସୁରଟରେ ତାତିଲା ବ୍ୟବସାୟୀ ସଂଘ । କୌଣସି ପରିସ୍ଥିତିରେ ବି କିନ୍ନରମାନଙ୍କୁ ବଜାରରେ ପ୍ରବେଶ ନ କରାଇଦେବାକୁ ଦାବି କରିଛି ବ୍ୟବସାୟୀ ସଂଘ । ଯାହାକୁ ନେଇ ପୋଷ୍ଟର ଜାରି ମଧ୍ୟ କରାଯାଇଛି । ଏହି ପୋଷ୍ଟରରେ ଲେଖାଯାଇଛି ଯେ ‘ମାର୍କେଟରେ କିନ୍ନରଙ୍କୁ ନୋ ଏଣ୍ଟ୍ରି’ ।

ଏଠାରେ ସୂଚନା ଥାଉ କି କିନ୍ନରଙ୍କ ଦ୍ୱାରା ସୁରଟର ଏକ ମାର୍କେଟରେ ଜଣଙ୍କୁ ପିଟିପିଟି ହତ୍ୟା କରାଯିବା ପରେ ବ୍ୟବସାୟୀ ସଂଘ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହାକୁ ନେଇ ବ୍ୟବସାୟୀ ସଂଘର ସଭାପତି କହିଛନ୍ତି ଯେ କିନ୍ନରମାନେ ଲୋକଙ୍କୁ ହଇରାଣ କରୁଥିବାବେଳେ ଯେ ପର୍ଯ୍ୟନ୍ତ ତାଙ୍କ ଉପରେ ପ୍ରତିବନ୍ଧକ ନ ଲଗାଯାଏ ସେ ପର୍ଯ୍ୟନ୍ତ ସେମାନେ କିଛି ଶିଖିପାରିବେନି ।

ତେବେ କିନ୍ନର ସମୁଦାୟ ପକ୍ଷରୁ କୁହାଯାଇଛି ଯେ, ଏଭଳି ବ୍ୟାନ ଲଗାଯିବା ଦ୍ୱାରା ସେମାନେ କିଭଳି ଗୁଜୁରାଣ ମେଣ୍ଟାଇବେ । କୌଣସି ସ୍ୱତନ୍ତ୍ର ଉତ୍ସବରେ ମାର୍କେଟରୁ ଟଙ୍କା ସଂଗ୍ରହ କରି ସେଥିରେ ବଞ୍ଚିଥାନ୍ତି । ଜଣେ ସଦସ୍ୟଙ୍କ ଭୁଲ ଯୋଗୁଁ ସମ୍ପୂର୍ଣ୍ଣ କିନ୍ନର ସମ୍ପ୍ରଦାୟଙ୍କ ଉପରେ ବ୍ୟାନ ଲଗାଇବା କେତେ ଦୂର ଯୁକ୍ତିଯୁକ୍ତ ବୋଲି କହିଛନ୍ତି ।