ଓମଫେଡ୍ ଛକ ନିକଟରେ ଫାଟିଲା ଟ୍ରାନ୍ସଫର୍ମର : ଟ୍ରାନ୍ସଫର୍ମର ପାଖରେ ଠିଆ ହୋଇଥିବା ୪ ଜଣ ଗୁରୁତର ସୂଚନା

551

କନକ ବ୍ୟୁରୋ : ରାଜଧାନୀରେ ଫାଟିଲା ଟାନ୍ସଫର୍ମର । ଘଟଣାରେ ୪ ଗୁରୁତର । ଚନ୍ଦ୍ରଶେଖରପୁର ଓମଫେଡ୍ ଅଫିସ୍ ଗେଟ ସମ୍ମୁଖରେ ଅଘଟଣ । ଟ୍ରାନ୍ସଫର୍ମର ତଳେ ଜଳଖିଆ ଦୋକାନ ଦେଇଥିବା ବାପା ପୁଅ ଗୁରୁତର । ଦୋକାନରେ କାମ କରୁଥିବା ଆଉ ୨ଜଣ ଆହତ ହୋଇଥିବା ସୂଚନା ରହିଛି । ୪ ଗୁରୁତରଙ୍କୁ ହସ୍ପିଟାଲ ପଠାଇଲା ପୋଲିସ ।

ମିଳିଥିବା ସୂଚନା ମୁତାବକ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରର ଓମଫେଡ ଛକରେ ଥିବା ଟ୍ରାନ୍ସଫର୍ମରରେ ନିଆଁ ଲାଗିଯାଇଥିଲା । ଆଉ ନିଆଁ ଲାଗିବା ଫଳରେ ଟ୍ରାନ୍ସଫର୍ମରଟି ଫାଟିଯାଇଥିଲା । ଟ୍ରାନ୍ସଫର୍ମରକୁ ଲାଗିଥିବା ଦୋକାନଗୁଡିକ କ୍ଷତିଗ୍ରସ୍ତ ହୋଇଛି । ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଆଜି ଭୋର ୫ଟାରେ ନିଆଁ ଲାଗିଥିବା କୁହାଯାଉଛି ।