କନକ ବ୍ୟୁରୋ : ମା’  ମଝିଘରିଆଣୀ ମନ୍ଦିରର ହେବ ରୁପାନ୍ତରୀକରଣ । ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ଥିବା ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ ଏନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ରାୟଗଡ଼ାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିବା ସହ ସାଧାରଣ ଲୋକଙ୍କ ସହ ସିଧାସଳଖ କଥା ହୋଇଛନ୍ତି ଫାଇଭ ଟି ସଚିବ । ଜିଲ୍ଲାରେ ଥିବା ସମସ୍ୟାଗୁଡିକର ସମାଧାନ ଲାଗି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।
୫-ଟି ସଚିବ ପ୍ରଥମେ ନବନିର୍ମିତ ବିଜୁ ପଟ୍ଟନାୟକ ଅଡିଟୋରିୟମ ପରିଦର୍ଶନ କରିଥିଲେ । ସେଠାରେ କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ପରେ ଜିଲ୍ଲାର ସ୍ୱାସ୍ଥ୍ୟସେବା ନେଇ ଡାକ୍ତର ଏବଂ ରୋଗୀଙ୍କ ସହ ଆଲୋଚନା କରିଥିଲେ । ଶେଷରେ ମା ମଝିଘରିଆଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ୬ରୁ ୮ ମାସ ମଧ୍ୟରେ ମନ୍ଦିର ରୂପାନ୍ତରିକରଣ ହୋଇଯାଇଥିବ ବୋଲି କହିଥିଲେ ଫାଇଭ ଟି ସଚିବ ।