ବଦଳିଲେ ବିବାଦଘେରରେ ଥିବା ନବରଙ୍ଗପୁର ଏସପି : ଏସପିଙ୍କ ନାମରେ ଥିଲା ନିର୍ଯ୍ୟାତନା ଅଭିଯୋଗ

Advertisment
ବଦଳିଲେ ବିବାଦଘେରରେ ଥିବା ନବରଙ୍ଗପୁର ଏସପି : ଏସପିଙ୍କ ନାମରେ ଥିଲା ନିର୍ଯ୍ୟାତନା ଅଭିଯୋଗ

କନକ ବ୍ୟୁରୋ : ବିଭିନ୍ନ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ନବରଙ୍ଗପୁର ଏସପି ବିବେକାନନ୍ଦ ଶର୍ମାଙ୍କୁ ରାଜ୍ୟ ସରକାର ସେଠାରୁ ହଟାଇ ଦେଇଛନ୍ତି। ତାଙ୍କୁ କଟକରେ ଥିବା ପୁଲିସ ବିଭାଗ ମୁଖ୍ୟାଳୟରେ ତୁରନ୍ତ ଯୋଗ ଦେବାକୁ ନିର୍ଦେଶ ହୋଇଛି। ନବରଙ୍ଗପୁରରେ ନୂଆ ଏସପି ନିଯୁକ୍ତି ନ ହେବା ପର୍ଯ୍ୟନ୍ତ କୋରାପୁଟ ଏସପି କେଭି ସିଂ ନବରଙ୍ଗପୁର ଦାୟିତ୍ବରେ ରହିବେ। ଏଠାରେ ପ୍ରକାଶଥାଉକି, ନବରଙ୍ଗପୁର ଏସପି ଶ୍ରୀ ଶର୍ମାଙ୍କ ବିରୋଧରେ ତାଙ୍କ ଦୁଇ ଅଡର୍ଲି ଶାରିରୀକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ।

publive-imageଏହାଛଡ଼ା ତାଙ୍କ ବିରୋଧରେ ଜିଲ୍ଲାରୁ ଅଭିଯୋଗ ପୁଲିସ ମୁଖ୍ୟାଳୟରେ ପହଞ୍ଚିବାରେ ଲାଗିଥିଲା। ରାଜ୍ୟ ସରକାର ଏସପିଙ୍କ ବିରୋଧରେ ଆସୁଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ବେଳେ ଜଣାପଡ଼ିଥିଲା କି, ଏସପି ଶ୍ରୀ ଶର୍ମା ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରିଛନ୍ତି ବୋଲି। ଏହା ପରେ ରାଜ୍ୟ ସରକାର ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିଥିବା ଶୁଣିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe