କନକ ବ୍ୟୁରୋ: ଘରୋଇ ଅଟୋମେସନ୍ ଓ ସ୍ମାର୍ଟ ବିଲ୍ଡିଂ ସମାଧାନ ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲ୍ଡିଂ ଆମ୍ପିଓ ପୋଲାଣ୍ଡ ସହ ମିଳିତ ହେଇଛି । ସ୍ମାର୍ଟ ଜୀବନର ଭବିଷ୍ୟତକୁ ଅଧିକ ସୁନ୍ଦର କରିବା ପାଇଁ ସମସାମୟିକ ଘରଗୁଡିକ ପାଇଁ ଆଭାଣ୍ଟ ଗାର୍ଡ ସମାଧାନର ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ । ପୂର୍ବରୁ ଆର୍କିଟେକ୍ଟର ମିଟରେ ଏହି ଚୁକ୍ତିପତ୍ର ସ୍ୱାକ୍ଷରିତ ହେଇଥିଲା । ଏଥିରେ ଆର୍କିଟେକ୍ଟ, ଡିଜାଇନର ଓ ଶିଳ୍ପ ବିଶେଷଜ୍ଞମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆବାସିକ ସ୍ଥାନ ଗୁଡିକରେ ନିରାପତ୍ତା ଓ ଦକ୍ଷତା ବୃଦ୍ଧି ପାଇଁ ପ୍ରସ୍ତୁତ ଅତ୍ୟାଧୁନିକ ଉତ୍ପାଦ ପ୍ରଦର୍ଶିତ ହେଇଥିଲା । ଟ୍ରାଞ୍ଜେପ ସ୍ମାର୍ଟ ବିଲ୍ଡିଂର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆକାଶ ଝୁନଝୁନୱାଲା କାର୍ଯ୍ୟକ୍ରମକୁ ନେଇ ଉତ୍ସାହ ପ୍ରକାଶ କରି କହିଥିଲେ ଯେ, ଆମ୍ପିଓ ପୋଲାଣ୍ଡ ସହ ସହଭାଗିତା ଲୋକମାନଙ୍କର ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିପାରିବ ବୋଲି ଲକ୍ଷ୍ୟ ରହିଛି । ଆମ୍ପିଓ ପୋଲାଣ୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ଆଲିନୋ କ୍ରୁସେଇଚ୍ କୋୱାଲେଭେସ୍କା ଏହି ସହଭାଗିତା ଉପରେ ଗୁରୁତ୍ୱାରୋପ କରି ସ୍ମାର୍ଟ ହୋମ୍ ଟେକ୍ନୋଲୋଜିକୁ ଆପଣାଇବା ପାଇଁ ସମସ୍ତଙ୍କୁ ପ୍ରୋତ୍ସାହିତ କରିଥିଲେ ।