ଗୋଟିଏ ଆକାଉଣ୍ଟରୁ କୌଣସି ବି ବ୍ୟାଙ୍କରେ କରିପାରିବେ ଆର୍ଥିକ କାରବାର । ଜାଣନ୍ତୁ କେବେଠୁ ଆରମ୍ଭ ହେବ ଏହି ସୁବିଧା

923

ଖୁବ୍ ଶୀଘ୍ର ଗୋଟିଏ ବ୍ୟାଙ୍କ ଆକାଉଂଟରୁ କୌଣସି ବି ଆକାଉଂଟରେ ଆର୍ଥିକ କାରବାର କରିପାରିବେ ଲୋକେ । ଏଭଳି ଏକ ନୂଆ ବ୍ୟବସ୍ଥା କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ବୋଲି ସଂକେତ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କି, ଆଗୀମୀ ଦିନମାନଙ୍କରେ ଗୋଟିଏ ବ୍ୟାଙ୍କରେ ଲୋକେ ଖାତା ଖୋଲି ତା ଜରିଆରେ କୌଣସି ବି ବ୍ୟାଙ୍କର ବ୍ୟାଙ୍କିଂ ସୁବିଧା ହାସଲ କରିପାରିବେ । ସେହିଭଳି ବିଦେଶୀ ମୁଦ୍ରାର ଦେଣନେଣ ପ୍ରକ୍ରିୟାକୁ ବି ସରଳ କରାଯାଉଛି । ନିର୍ମଳା କହିଛନ୍ତି ଯେ, ଏଣିକି ଟେକ୍ନୋଲୋଜି ମାଧ୍ୟମରେ ପ୍ରତ୍ୟେକ ବ୍ୟାଙ୍କ ପରସ୍ପର ସହ ଜୋଡି ହୋଇଛନ୍ତି ।

ଏଣୁ ଏଭଳି ପରିସ୍ଥିତିରେ ରିଜର୍ଭ ବ୍ୟାଙ୍କର ସହାୟତାରେ ଏଟିଏମ୍ କାର୍ଡ ଆଧାରରେ ନୂଆ ବ୍ୟାଙ୍କିଂ ସୁବିଧା ଲୋକଙ୍କୁ ଉପଲବ୍ଧ କରାଯିବ । ତେବେ ଏହି ସୁବିଧା ଇଲେକ୍ଟ୍ରୋନିକ ଏକ୍ସଚେଂଜ ଜରିଆରେ ହିଁ ଖୁବ୍ ଶୀଘ୍ର ସମ୍ଭବପର ହେବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀମାରମଣ ।