T20WorldCup:ଆଜି ନ୍ୟୁଜିଲାଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ଟକ୍କର । ପ୍ରଥମ ଥର ଫାଇନାଲକୁ ଯାଇଛି କିୱି ଦଳ ।

145

କନକ ବ୍ୟୁରୋ: ସୁପର ସଣ୍ଡେରେ ହେବ ସୁପର ଫାଇଟ୍ । ଫଟାଫଟ କ୍ରିକେଟ ଟି-୨୦କୁ ମିଳିବ ନୂଆ ବିଶ୍ୱବିଜେତା । ମେଗା ଫାଇନାଲରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ । ସୁପର-୧୨ ପର୍ଯ୍ୟାୟରେ ଉଭୟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ୮ ପଏଂଟ ଲେଖାଏଁ ପାଇ ସେମିଫାଇନାଲକୁ ଯାଇଥିଲେ । ଅଷ୍ଟ୍ରେଲିଆ କେବଳ ଇଂଲଣ୍ଡଠାରୁ ହାରିଥିଲା । ଅନ୍ୟପଟେ ନ୍ୟୁଜିଲାଣ୍ଡ ପାକିସ୍ତାନଠାରୁ ପରାଜିତ ହୋଇଥିଲା । ହେଲେ କେନ୍ ୱିଲିୟମସନଙ୍କ କପ୍ତାନୀରେ ଦଳ ଆଜି ଫାଇନାଲ ଲଢ଼େଇ କରିବ ।

ତେବେ ସେମିଫାଇନାଲରେ ଉଭୟ ଦଳ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ପ୍ରଥମ ଥର ଟିପ-୨୦ ବିଶ୍ୱକପ୍ରେ ଫାଇନାଲ ଖେଳିବାକୁ ଯାଉଛି ନ୍ୟୁଜିଲାଣ୍ଡ । ତେଣୁ ଭଲ ପ୍ରଦର୍ଶନ କରି ଟାଇଟଲ ହାତେଇବାକୁ ଚେଷ୍ଟା କରିବ କିୱି ଦଳ । ସେହିପରି ପାକିସ୍ତାନ ବିପକ୍ଷରେ ସେମିଫାଇନାଲରେ ଜବରଦସ୍ତ ବିଜୟ ପରେ କଙ୍ଗାରୁ ଦଳର ମନୋବଳ ବେଶ୍ ଦୃଢ ରହିଛି । ତେଣୁ ଆଜି ଫାଇନାଲ ମ୍ୟାଚ୍ରେ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ ।