କନକ ବ୍ୟୁରୋ : ପୂର୍ବତଟ ରେଳପଥର ସମ୍ବଲପୁର ମଣ୍ଡଳ ଅଧୀନସ୍ଥ ରାୟପୁର-ଟିଟିଲାଗଡ଼ ସେକ୍ସନରେ ଅରଣ୍ଡ, ଭୀମଖୋଜ, ବାଗବହରା ଏବଂ କୋମାଖାନ ଷ୍ଟେସନଗୁଡ଼ିକ ମଧ୍ୟରେ ଦୋହରୀକରଣ ସଂପର୍କିତ ଆଧୁନିକୀକରଣ ନିମନ୍ତେ ଆଜିଠାରୁ ଅକ୍ଟୋବର ୧୨ତାରିଖ ପର୍ଯ୍ୟନ୍ତ କେତେକ ଟ୍ରେନ୍ ଚଳାଚଳକୁ ବାତିଲ କରାଯାଇଛି। ଏହା ସହ ଅନ୍ୟ କେେତକ ଟ୍ରେନ୍କୁ ଗନ୍ତବ୍ୟ ଷ୍ଟେସନ୍ ପୂର୍ବରୁ ବାତିଲ କରାଯିବା ସହ ଏହାର ପ୍ରସ୍ଥାନ ସମୟ ପୁନଃନିର୍ଧାରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ଅକ୍ଟୋବର ୨, ୪, ୭, ୯ ଏବଂ ୧୧ତାରିଖରେ ଦୁର୍ଗରୁ ଛାଡ଼ିବାକୁ ଥିବା ଦୁର୍ଗ-ଜଗଦଳପୁର ଏକ୍ସପ୍ରେସ ଏବଂ ୩, ୫, ୮, ୧୦ ଏବଂ ୧୨ ଅକ୍ଟୋବରରେ ଜଗଦଳପୁରରୁ ଛାଡ଼ିବାକୁ ଥିବା ଜଗଦଳପୁର-ଦୁର୍ଗ ଏକ୍ସପ୍ରେସକୁ ବାତିଲ କରାଯିବ। ସେହିପରି ଅକ୍ଟୋବର ୧ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ଦୁର୍ଗରୁ ଛାଡ଼ିବାକୁ ଥିବା ଦୁର୍ଗ-ବିଶାଖାପାଟଣା ପାସେଞ୍ଜର ଏବଂ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧୧ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାରୁ ଛାଡ଼ିବାକୁ ଥିବା ବିଶାଖାପାଟଣା-ଦୁର୍ଗ ପାସେଞ୍ଜରକୁ ବାତିଲ କରାଯିବ। ଏହା ଛଡ଼ା ଅକ୍ଟୋବର ୧ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ଟିଟିଲାଗଡ଼-ରାୟପୁର-ଟିଟିଲାଗଡ଼ ପାସେଞ୍ଜର ଏବଂ ରାୟପୁର-ଜୁନାଗଡ଼ ରୋଡ-ରାୟପୁର ପାସେଞ୍ଜରକୁ ମଧ୍ୟ ବାତିଲ କରାଯିବ।

Advertisment

publive-imageସମ୍ବଲପୁର ମଣ୍ଡଳ ଅଧୀନସ୍ଥ କିଛି ଟ୍ରେନ୍କୁ ଗନ୍ତବ୍ୟ ଷ୍ଟେସନ ପୂର୍ବରୁ ବାତିଲ କରାଯିବ। ଅକ୍ଟୋବର ୧ରୁ ୧୨ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାରୁ ଛାଡ଼ିବାକୁ ଥିବା ବିଶାଖାପାଟଣା-ରାୟପୁର ପାସେଞ୍ଜର ଟିଟିଲାଗଡ଼ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ଫେରିବା ପଥରେ ଏହା ଟିଟିଲାଗଡ଼ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ଚଳାଚଳ କରିବ। ଏହି ଦିନମାନଙ୍କରେ ଟିଟିଲାଗଡ଼ ଏବଂ ରାୟପୁର ମଧ୍ୟରେ ଉଭୟ ବିଶାଖାପାଟଣା-ରାୟପୁର-ବିଶାଖାପାଟଣା ପାସେଞ୍ଜର ସେବା ବାତିଲ ରହିବ।

publive-imageପୂର୍ବତଟ ରେଳପଥର କିଛି ଟ୍ରେନ୍ଗୁଡ଼ିକର ସମୟରେ ପରିବର୍ତନ ଅଣାଯାଇଛି। ରବିବାର ଏବଂ ଅକ୍ଟୋବର ୭ତାରିଖ ଦିନ ତିରୁପତି-ବିଳାସପୁର ଏକ୍ସପ୍ରେସ ଏହାର ନିର୍ଧାରିତ ପ୍ରସ୍ଥାନ ସମୟଠାରୁ ଘଣ୍ଟାଏ ବିଳମ୍ବରେ ବିଶାଖାପାଟଣା ଛାଡ଼ିବ। ସେହିପରି ୯ତାରିଖରେ ବିଳାସପୁର-ତିରୁପତି ଏକ୍ସପ୍ରେସ୍ ଏହାର ନିର୍ଧାରିତ ପ୍ରସ୍ଥାନ ସମୟଠାରୁ ଦେଢ଼ଘଣ୍ଟା ବିଳମ୍ବରେ ବିଳାସପୁର ଛାଡ଼ିବ। ବିଶାଖାପାଟଣା-ନିଜାମୁଦ୍ଦିନ ସମତା ଏକ୍ସପ୍ରେସ ୩ ଓ ୯ତାରିଖ ଦିନ ୧ଘଣ୍ଟା ବିଳମ୍ବରେ ବିଶାଖାପାଟଣା ଛାଡ଼ିବାକୁ ଥିବା ବେଳେ ପୁରୀ-ସାଇନଗର ଶିରିଡ଼ି ଏକ୍ସପ୍ରେସ୍ ୫ତାରିଖ ଦିନ ଅଢ଼େଇ ଘଣ୍ଟା ବିଳମ୍ବରେ ପୁରୀରୁ ଛାଡ଼ିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି।