କନକ ବ୍ୟୁରୋ : ନୂଆ ବିଧାୟକମାନଙ୍କ ପାଠଶାଳା। ବିଧାନସଭାରେ ବିଧାୟକଙ୍କ ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ୟ୍ୟକ୍ରମ ଚାଲିଛି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିବ ଏହି ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ୟ୍ୟକ୍ରମ। କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ କାର୍ୟ୍ୟକ୍ରମରେ ଯୋଗଦେଇଛନ୍ତି।
ନୂଆ ବିଧାୟକଙ୍କୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କରିଣ ରିଜିଜୁ ଟିପ୍ସ ଦେଇଛନ୍ତି। ଦିର୍ଘ କାଳୀନ ସହ ଲମ୍ୱା କ୍ୟାରିଅର ପାଇଁ ରିସର୍ଚ୍ଚ କରିବା ସହ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ଏହାସହ କଠିନ ପରିଶ୍ରମ କରିବା ସହ ଗୃହର ମର୍ୟ୍ୟାଦା ରକ୍ଷା କରିବାକୁ ବି ନୂଆ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି। ୧୭ତମ ବିଧାନସଭାର ବିଧାୟକଙ୍କ ଜ୍ଞାନ ସଂସ୍କାର କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସହ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଜେପିର ବିଧାୟକ ଉପସ୍ଥିତ ଅଛନ୍ତି। ତେବେ ବିଜେଡି ଓ କଂଗ୍ରେସ ଏହି କାର୍ୟ୍ୟକ୍ରମକୁ ବୟକଟ କରିଛନ୍ତି। କାର୍ୟ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ବିରୋଧୀ ଦଳ ନେତା କିମ୍ବା ବିଜେଡିର କୌଣସି ବିଧାୟକ ଯୋଗ ଦେଇନାହାନ୍ତି। ୨୫ ତାରିଖରେ ଶଙ୍ଖ ଭବନରେ ପ୍ରଶିକ୍ଷଣ ଶିବିର କରିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ । ଏହି ଦିନିକିଆ ପ୍ରଶିକ୍ଷଣ ଶିବିର ସକାଳ ୧୦ଟାରେ ଆରମ୍ଭ ହେବ। ଅନ୍ୟପଟେ ଦୁଇ ଦଳ ଅଯଥା ପ୍ରସଙ୍ଗକୁ ଆପ୍ରାସଙ୍ଗ କରି ନୂଆ ବିଧାୟକଙ୍କୁ ଏହି କାର୍ୟ୍ୟକ୍ରମରୁ ବଞ୍ଚିତ କରୁଥିବା କହିଛି ବିଜେପି। ବିଜେଡି ଓ କଂଗ୍ରେସର ବୟକଟକୁ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ପ୍ରତିକ୍ରିୟା ରଖି କହିଛନ୍ତି, ସରକାରୀ କାର୍ୟ୍ୟକ୍ରମକୁ ରାଜନୈତିକ ବୟକଟ ନାଁରେ ରାଜନୈତିକ ରଙ୍ଗ ଦିଆ ଯାଉଛି। ଏହା କୌଣସି ରାଜନୈତିକ କାର୍ୟ୍ୟକ୍ରମ ନୁହେଁ। ତେଣୁ ବୟକଟର କୌଣସି ମାନେ ନାହିଁ। ବିଧାନସଭା ପକ୍ଷରୁ ଏହି କାର୍ୟ୍ୟକ୍ରମ କରାଯାଉଛି। କିନ୍ତୁ ଏହାକୁ ରାଜନୈତିକ ବୟକଟ କରି କେବଳ ରାଜନୈତିକ ରଙ୍ଗ ଦିଆ ଯାଇଛି। ଏହାର କୌଣସି ଅର୍ଥ ନାହିଁ ବୋଲି କିରନ ରିଜିଜୁ କହିଛନ୍ତି।