କନକ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ଦନ୍ତାଙ୍କ ମୃତ୍ୟୁ । କେଉଁଠି ଦାନ୍ତ ପାଇଁ ହାତୀର ଶିକାର ହେଉଛି ତ କେଉଁଠି ବିଦ୍ୟୁତ ସାଜିଛି ହାତୀ ମୃତ୍ୟୁର କାରଣ । ଏଭଳି ପରିସ୍ଥିତିରେ ହାତୀଙ୍କ ସୁରକ୍ଷା ପାଇଁ ଜଙ୍ଗଲ ଭିତରେ ଚାଲିଛି ପ୍ରଶିକ୍ଷଣ । ନବ ନିଯୁକ୍ତ ୨୩ ଜଣ ଫରେଷ୍ଟ ଗାର୍ଡଙ୍କୁ ଦିଆଯାଉଛି ତାଲିମ୍ । ହାତୀଙ୍କ ବିଷୟରେ କେନ୍ଦୁଝର ଡିଏଫଓ ଏଚଡି ଧନରାଜ ଶିକ୍ଷାଦାନ କରୁଛନ୍ତି । ହାତୀ ଓ ପରିବେଶ ସୁରକ୍ଷା ନେଇ ତାଲିମ ନେଉଛନ୍ତି ନୂଆ ନିଯୁକ୍ତି ପାଇଥିବା ଫରେଷ୍ଟଗାର୍ଡ । କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଅଧିନରେ ଥିବ କଳାପାଟ ସଂରକ୍ଷିତ ଜଙ୍ଗଲରେ ଦନ୍ତା ହାତୀ ଆକ୍ରମଣରେ ଏକ ଅଣ୍ଡିରା ହାତୀ ଶାବକର ମୃତ୍ୟୁ ଘଟିଛି । ଜିଲ୍ଲାରେ ନୂତନ ଭାବେ ନିୟୋଜିତ ହୋଇଥିବା ଫରେଷ୍ଟ ଗାର୍ଡଙ୍କୁ ହାତୀ ଉପରେ ଏକ କେସ ଷ୍ଟଡି କରିବା ପାଇଁ ଦିଆଯାଇଛି ।
ଗତକାଲି ଏହି ଜଙ୍ଗଲରୁ ଏକ ବର୍ଷ ବୟସର ଛୁଆ ହାତୀର ଗଳିତ ମୃତଦେହ ଠାବ ହୋଇଥିଲା । ମୃତହାତୀ ଛୁଆଟି ଏକ ୩୫ ଟିକିଆ ହାତୀ ପଲରେ ରହିଥିଲା । ଏକ ଦନ୍ତା ହାତୀ ଆକ୍ରମଣରେ ଛୁଆ ହାତୀର ମୃତ୍ୟୁ ହୋଇଥିଲା । ମୃତ ହାତୀକୁ କିପରି ପୋଷ୍ଟମର୍ଟମ କରାଯାଏ । ହାତୀ ମୃତ୍ୟୁର କାରଣ, କିପରି ସୁରକ୍ଷା ଦିଆଯାଇ ପାରିବ ସେନେଇ ଫରେଷ୍ଟ ଗାର୍ଡ଼ଙ୍କୁ ଶିକ୍ଷା ଦିଆଯାଇଥିଲା । ହାତୀର ଗତିବିଧି, ଆଚରଣ, ଖାଦ୍ୟ ଗ୍ରହଣ, ସୁରକ୍ଷା, ମୃତ୍ୟୁର ତଦନ୍ତ, ପରିବେଶ ସହିତ ହାତୀର ସମ୍ପର୍କ ଉପରେ ପ୍ରାକ୍ଟିକାଲ ଶିକ୍ଷା ପ୍ରଦାନ କରିଥିଲେ । ଏହି କେସ ଷ୍ଟଡିରେ ବହୁତ କିଛି ଶିଖିବାକୁ ମିଳିଥିବା ନୂତନ ଭାବେ ନିଯୁକ୍ତି ପାଇଥିବା ଫରେଷ୍ଟ ଗାର୍ଡମାନେ କହିିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/24-2.jpg)