ରାଜ୍ୟରେ ସ୍ୱାଭାବିକ ହୋଇପାରେ ଟ୍ରେନ୍ ଚଳାଚଳ । ଏପ୍ରିଲ ସୁଦ୍ଧା ଓଡିଶାରେ ଟ୍ରେନ୍ ଚଳାଚଳ ହୋଇପାରେ ବୋଲି ସୂଚନା …

240

କନକ ବ୍ୟୁରୋ : କୋଭିଡ୍ ପରିସ୍ଥିତିରେ ସୁଧାର ଆସିଲେ ସ୍ୱାଭାବିକ ହୋଇପାରେ ଟ୍ରେନ୍ ଚଳାଚଳ । ଏପ୍ରିଲ ସୁଦ୍ଧା ଓଡିଶାରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବା ନେଇ ସୂଚନା ଦେଲେ ଇଷ୍ଟକୋଷ୍ଟ ରେଲୱେର ମୁଖ୍ୟ ଲୋକସଂପର୍କ ଅଧିକାରୀ କୌଶଳେନ୍ଦ୍ର କିଶୋର ଖାଡଙ୍ଗା । ଗତ କିଛି ଦିନ ହେଲା ଗଣମାଧ୍ୟମରେ ଟ୍ରେନ୍ ଚଳାଚଳ ନେଇ ଖବର ପ୍ରକାଶ ପାଇଥିଲା । ଯାହାପରେ ଇଷ୍ଟକୋଷ୍ଟ ରେଲୱେର ମୁଖ୍ୟ ଲୋକସଂପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି । ତେବେ ଓଡିଶାରେ କୋଭିଡ୍ ପୂର୍ବରୁ ୮୨ ଯୋଡା ଏକ୍ସପ୍ରେସ ଟ୍ରେନ୍ ଚାଲୁଥିଲା । ଆଉ ଏବେ ୫୯ ଯୋଡା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛି । ହେଲେ ରାଜ୍ୟରେ ଏବେ ପାସେଞ୍ଜର ଟ୍ରେନ୍ ବନ୍ଦ ଅଛି । ଯାହାକୁ ଖୁବଶୀଘ୍ର ଚଳାଚଳ କରିବା ନେଇ ନିଷ୍ପତ୍ତି ନିଆଯାଇପାରେ ବୋଲି ସେ କହିଛନ୍ତି ।