ଟ୍ରେନ ଟିକେଟ୍ ବାତିଲ ଓ ଫେରସ୍ତ ପାଇଁ ରେଳବାଇ ଆଣିଲା ନୂଆ ନିୟମ ! ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ ।

35

ଟିକେଟ ବାତିଲ ପରେ ବୁକିଂ ଆମାଉଣ୍ଟର ଫେରସ୍ତକୁ ନେଇ ଭାରତୀୟ ରେଳବାଇ ନିୟମ ବହୁତ ଜଟିଳ ରହିଛି । ଅନେକ ଥର ଯାତ୍ରୀଙ୍କୁ ନିଜର ସ୍ଥିରୀକୃତ ଯାତ୍ରାକୁ ଶେଷ ମୂହୁର୍ତ୍ତରେ ବାତିଲ କରିବାକୁ ପଡ଼ିଥାଏ । କିନ୍ତୁ ଆପଣ ଜାଣନ୍ତି କି ଆଇଆରସିଟିସି ଫେରସ୍ତ ନିୟମ କ’ଣ ରହିଛି  ?

ଆସନ୍ତୁ ଜାଣିବା ଟ୍ରେନ୍ ଟିକେଟ ବାତିଲ ଓ ଫେରସ୍ତ ନିୟମ :

୧. ଯଦି କୌଣସି ନିଶ୍ଚିତ ଟିକେଟକୁ ଟ୍ରେନ୍ ଯାତ୍ରା କରିବାର ୪୮ଘଣ୍ଟା ପୂର୍ବରୁ ବାତିଲ କରାଯାଏ ତେବେ ଫାଷ୍ଟ କ୍ଲାସ୍/ ଏଗଜିକ୍ୟୁଟିଭ୍ କ୍ଲାସ୍ ପାଇଁ ୨୪୦ଟଙ୍କା ଓ ଏସି ଟାୟର/ଫାଷ୍ଟ କ୍ଲାସ୍ ପାଇଁ ୨୦୦ଟଙ୍କା, ଏସି ୩ ଟାୟର/ଏସି ଚେୟର କାର/ ଏସି ୩ ଇକୋନୋମି, ସ୍ଲିପର କ୍ଲାସ ପାଇଁ ୧୨୦ଟଙ୍କା ଓ ସେକେଣ୍ଡ କ୍ଲାସ ପାଇଁ ୬୦ଟଙ୍କା ବାତିଲ କଲେ ଯାତ୍ରୀଙ୍କୁ ଦେବାକୁ ପଡ଼ିଥାଏ । ସେହିପରି ୧୨ଘଣ୍ଟା ପୂର୍ବରୁ ବାତିଲ କଲେ ୨୫ ପ୍ରତିଶତ ବାତିଲ ଚାର୍ଜ ନିଆଯାଇଥାଏ ।

୨. ସେହିପରି ୪ଘଣ୍ଟା ପୂର୍ବରୁ ବାତିଲ କରାଯାଏ ୫୦ପ୍ରତିଶତ ବୁକିଂ ଆମାଉଣ୍ଟରୁ ବାତିଲ ଚାର୍ଜ ନିଆଯାଇଥାଏ । ଯଦି ଆପଣ ଟ୍ରେନ୍ ଛାଡ଼ିବାର ଚାରିଘଣ୍ଟା ପୂର୍ବରୁ ଟିକେଟ ବାତିଲ ନକରନ୍ତି ତେବେ କୌଣସି ଟଙ୍କା ଫେରସ୍ତ ହେବ ନାହିଁ ।